ଦୁଇ ଟ୍ରକ ମଧ୍ଯରେ ମୁହାଁମୁହିଁ ଧକ୍କା, ଡ୍ରାଇଭର ଜୀବନ୍ତ ଦଗ୍ଧ  | News Room Odisha

ଦୁଇ ଟ୍ରକ ମଧ୍ଯରେ ମୁହାଁମୁହିଁ ଧକ୍କା, ଡ୍ରାଇଭର ଜୀବନ୍ତ ଦଗ୍ଧ 

ସମ୍ବଲପୁର: ଆଜି ସକାଳେ ସମ୍ବଲପୁର ଜିଲ୍ଲାର ଜମନକିରା ଥାନା ଅନ୍ତର୍ଗତ କୁଣ୍ଡେସରା ନିକଟରେ ଦୁଇ ଟ୍ରକ ମଧ୍ଯରେ ମୁହାଁମୁହିଁ ଧକ୍କା ହୋଇଛି। ଆଉ ଦୁର୍ଘଟଣା ପରେ ଉଭୟ ଗାଡିରେ ନିଆଁ ଲାଗିବାରୁ ଗୁଟଖା ବୋଝେଇ ଟ୍ରକ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ଆଜି ସକାଳୁ ଗୁଟଖା ବୋଝେଇ ଏକ ଟ୍ରକ ସମ୍ବଲପୁରରୁ ଦେବଗଡ ପଟକୁ ଯାଉଥିଲା। ଏହି ସମୟରେ ୫୩ ନମ୍ବର ଏନ୍ଏଚର ବଡକୁଣ୍ଡେଇସରା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ କୋଇଲା ବୋଝେଇ ହାଇୱା ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାପରେ ଉଭୟ ଗାଡି ଓଲଟି ପଡିବା ସହ ନିଆଁ ଲାଗିଯାଇଥିଲା। ଫଳରେ ହାଇୱା ଡ୍ରାଇଭର କୌଣସିମତେ ବାହାରି ଆସିଥିବା ବେଳେ ଗୁଟଖା ବୋଝେଇ ଟ୍ରକ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ମୃତ ଡ୍ରାଇଭରଙ୍କ ଅର୍ଦ୍ଧଦଗ୍ଧ ଶରୀରକୁ ଉଦ୍ଧାର କରାଯାଇଛି।