ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର, ୨ କୋଟି ୧୫ ଲକ୍ଷ ସହାୟତା ରାଶି ବଣ୍ଟନ କଲେ ବିଧାୟକ | News Room Odisha

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର, ୨ କୋଟି ୧୫ ଲକ୍ଷ ସହାୟତା ରାଶି ବଣ୍ଟନ କଲେ ବିଧାୟକ

ବରଗଡ଼: ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ତଥା ଓଡ଼ିଶା କୋଠା ବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ଆଜି ବରଗଡ଼ ଜିଲ୍ଲା ସୋହେଲା ନିକଟସ୍ଥ ହଲଦିପାଲି ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଥିଲା । ଗରିବ ଶ୍ରେଣୀର ଲୋକଙ୍କ ଆର୍ଥିକ ଉନ୍ନତି ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ୩୫୦ ଜଣଙ୍କୁ ୧ କୋଟି ୭୩ ଲକ୍ଷ ୫୦ ହଜାର ଟଙ୍କା, ୧୭୫ ଜଣଙ୍କୁ ୯ ଲକ୍ଷ ୪୬ ହଜାର ୬୦୦ ଟଙ୍କା ଶିକ୍ଷା ସହାୟତା, ୧୬ ଜଣଙ୍କୁ ମୃତ୍ୟୁ ସହାୟତା ବାବଦରେ ୩୨ ଲକ୍ଷ ଟଙ୍କା ଏବଂ ୧୬ ଜଣଙ୍କ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ୮୦ ହଜାର ଟଙ୍କାର ମୋଟ ୨ କୋଟି ୧୫ ଲକ୍ଷ ୭୬ ହଜାର ଟଙ୍କାର ସହାୟତା ରାଶି ବଣ୍ଟନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଭଟଲି ବିଧାୟକ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପଦମପୁର ବିଧାୟିକା ବର୍ଷା ସିଂ ବରିହା, ଅମ୍ବାଭୋନା ବ୍ଲକ ଅଧ୍ୟକ୍ଷ କୀର୍ତ୍ତିଚନ୍ଦ୍ର ଦୁଆନ, ଭଟଲି ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପଧାନ, ସୋହେଲା ବ୍ଲକ ଅଧ୍ୟକ୍ଷା ବବି ପଧାନ, ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର, ଜିଲ୍ଲା ଶ୍ରମ ଅଧିକାରୀ ମାନଭଞ୍ଜନ ପଧାନ, ଅତିରିକ୍ତ ଶ୍ରମ ଅଧିକାରୀ ପଦ୍ମାବତୀ ମାରାଣ୍ଡି, ପୂର୍ବତନ ସୋହେଲା ବ୍ଳକ ଅଧ୍ୟକ୍ଷ ସୁବ୍ରତ ବେହେରାଙ୍କ ସହ ବହୁ ଅଧିକାରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପଦମପୁର ଓ ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର ହିତାଧିକାରୀମାନଙ୍କ ପାଇଁ ଏହି ମେଗା କେମ୍ପର ଆୟୋଜନ କରାଯାଇଥିଲା।