ଭିଜିଲାନ୍ସ ଜାଲରେ କିଆକଟା ଥାନା ଏଏସଆଇ | News Room Odisha

ଭିଜିଲାନ୍ସ ଜାଲରେ କିଆକଟା ଥାନା ଏଏସଆଇ

ବୌଦ୍ଧ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ଥାନାର ଏଏସଆଇ ନବୀନ କୁମାର ଶତପଥୀ ଜଣେ ଲୋକ ଠାରୁ ୮ ହଜାର ଟଙ୍କା ଲାଞ୍ଚନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ ।

ମିଳିଥିବା ସୂଚନା ମୁତାବକ କିଆକଟା ଥାନା ଅଧୀନ ବେଲାଦୁଲା ଗ୍ରାମର ପଞ୍ଚାନନ ମେହେର ଜଣେ ଲୁଗା ବ୍ୟବସାୟୀଙ୍କ ସହିତ କିଛିଦିନ ପୂର୍ଵରୁ ମାଡ଼ପିଟ ଘଟଣା ଘଟିଥିଲା । କପଡା ବ୍ୟବସାୟୀ ପଞ୍ଚାନନଙ୍କ ପରିବାରକୁ ଗୁଣ୍ଡା ଲଗେଇ ମାଡ଼ ମାରିବା ଓ ତାଙ୍କ ବାସଗୃହ ଭାଣିଦେଇଥିବା ଅଭିଯୋଗ କରିଥିଲେ ପଞ୍ଚାନନ କିନ୍ତୁ ଅଭିଯୁକ୍ତଙ୍କୁ ଗିରଫ ନକରିବାରୁ ପଞ୍ଚାନନଙ୍କ ପରିବାର ବର୍ଗ ଅନଗୁଳ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ଘଟଣାର ରଫାଦଫା ପାଇଁ କୁଆଡେ ଏଏସଆଇ ତାଙ୍କୁ ୧୫ ହଜାର ଟଙ୍କାଲାଞ୍ଚ ମାଗିଥିଲେ ଏବଂ ପୂର୍ବରୁ ୨୦୦୦ ଟଙ୍କା ଦେଇଥିବା ବେଳେ ଆଜି ୮୦୦୦ ଟଙ୍କା ଦେଉଥିବା ବେଳେ ବୌଦ୍ଧ ବସଷ୍ଟାଣ୍ଡ ନିକଟରେ ଭିଜିଲାନ୍ସ ଟିମ ତାଙ୍କୁ ଧରିବାରେ ସକ୍ଷମ ହୋଇଛି।