ଭିଜିଲାନ୍ସ ଚଢ଼ାଉରେ ସହକାରୀ ଯନ୍ତ୍ରୀଙ୍କ ପୁଳା ପୁଳା ସଂପତ୍ତି ଠାବ | News Room Odisha

ଭିଜିଲାନ୍ସ ଚଢ଼ାଉରେ ସହକାରୀ ଯନ୍ତ୍ରୀଙ୍କ ପୁଳା ପୁଳା ସଂପତ୍ତି ଠାବ

ଭୁବନେଶ୍ୱର – କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜିପିଏସ ସେକ୍ସନ ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁଙ୍କ ବିପୁଳ ଆୟ ବର୍ହିଭୂତ ସଂପତ୍ତି ଠାବ କରିଛି ଭିଜିଲାନ୍ସ ଟିମ୍ । ଏ ପର୍ଯ୍ୟନ୍ତ ଚଢ଼ାଉରେ ସହକାରୀ ଯନ୍ତ୍ରୀଙ୍କ ଭବାନୀପାଟଣାରେ ଥିବା ଗୋଟିଏ ତିନି ମହଲା କୋଠା (ଆନୁମାନିକ ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କା) , ଭବାନୀପାଟଣା ସହରରେ ଦୁଇଟି ପ୍ଲଟ୍, ୧ କୋଟି ୩ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ବୀମା ଜମା, ନଗଦ ୨ କୋଟି ୬୫ ଲକ୍ଷ ଟଙ୍କା, ୨୩୫ ଗ୍ରାମ ସୁନା ଗହଣା, ୭୦୦ ଗ୍ରାମ ରୁପା ଅଳଙ୍କାର ଓ ୨ଟି ଦୁଇ ଚକିଆ ଗାଡ଼ି ଠାବ କରିବାରେ ଭିଜିଲାନ୍ସ। ଚଢ଼ାଉ ଜାରି ରହିଛି। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ସହକାରୀ ଯନ୍ତ୍ରୀଙ୍କ ଅଫିସ ଓ ଭବାନୀପାଟଣା ଘରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍।