କୋରାପୁଟ: ଏକେ- ୪୭ରୁ ନିଜ ବେକରେ ଗୁଳି ଫୁଟାଇଲେ ଇନ୍ସପେକ୍ଟର | News Room Odisha

କୋରାପୁଟ: ଏକେ- ୪୭ରୁ ନିଜ ବେକରେ ଗୁଳି ଫୁଟାଇଲେ ଇନ୍ସପେକ୍ଟର

କୋରାପୁଟ: କୋରାପୁଟ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ନିଜ ଉପରକୁ ନିଜେ ଗୁଳି ଚଳାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଇନ୍ସପେକ୍ଟର। ପୋଲିସ ମୁଖ୍ୟାଳୟର ନକ୍ସଲ ସେଲ୍ ଭିତରେ ଆଜି ମଧ୍ୟାହ୍ନରେ ଏହି ଘଟଣା ଘଟିଛି। ଇନ୍ସପେକ୍ଟର ନରେନ୍ଦ୍ର ବିଶ୍ବାଳ ନିଜ ଉପରକୁ ଏକେ- ୪୭ ବନ୍ଧୁକରୁ ଗୁଳି ଚଳାଇଥିବା ଜଣାପଡିଛି। ସେଲରେ ଥିବା ବେଳେ ସେ ନିଜ ବେକରେ ଗୁଳି ଫୁଟାଇଥିବା କୁହାଯାଉଛି। ତାଙ୍କୁ ପ୍ରଥମେ ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା।ପରେ ତାଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି।