ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପର୍କିତ ବୈଠକ | News Room Odisha

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପର୍କିତ ବୈଠକ

ବରଗଡ଼: ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଆଜି ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋଙ୍କ ଅଧ୍ୟକ୍ଷତାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଅଶୋକ କୁମାର ଅମାତ, ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗର ଅଧିକାରୀ, ସୋନାଳିକା ସାହୁ, ଲକ୍ଷ୍ମଣ ଛୁରିଆ, ସହ ପରିଚାଳକ, ରିଲାଏନ୍ସ ଇନସ୍ୟୁରାନ୍ସ, ରାଜେଶ କୁମାର ମିଶ୍ର, ପଦ୍ମପୁର ସହକାରୀ କୃଷି ଅଧିକାରୀ ଅମୀୟ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ଲକ୍ଷ୍ମଣ ଛୁରିଆ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ସମ୍ପର୍କିତ କ୍ରପ କଟିଂ ସମ୍ପର୍କରେ ସୂଚନା ଦେଇଥିଲେ । ଅଲେଖ ଚନ୍ଦ୍ର ସାମଲ ବୀମା ସମ୍ପର୍କିତ ଫର୍ମକୁ ନିର୍ଭୁଲ ଭାବରେ ପୂରଣ କରିବାକୁ ସମସ୍ତ ଚାଷୀଙ୍କୁ ପରାମର୍ଶ ଦେଇଥିଲେ । ଅମୀୟ ସାହୁ ଜମିରେ ଉନ୍ନତ କିସମର ଧାନ ବିହନ ଓ ଧାଡ଼ିବୁଣା ଯନ୍ତ୍ର ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ । ରିଲାଏନ୍ସ ଇନସୁରାନ୍ସର ଅଧିକାରୀ, ଶ୍ରୀ ମିଶ୍ର ଭାଗ ଚାଷୀମାନେ ୧୦୦ ଟଙ୍କା ବଦଳରେ ୧୦,୦୦ ଟଙ୍କିଆ ଏଗ୍ରୀମେଣ୍ଟ ପେପର ବ୍ୟବହାର କରିବା, ଜଣେ ଚାଷୀଙ୍କର ଜମିକୁ ଅନ୍ୟ ଜଣେ ଚାଷୀ ବୀମାଭୁକ୍ତ ନ କରିବା, ଜମିରେ ଧାନ କଟା ହୋଇ ନଷ୍ଟ ହୋଇଥିଲେ ୧୪ ଦିନ ମଧ୍ୟରେ ଜଣାଇବା ପାଇଁ ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଟପ୍ପୋ ବୀମା ସମ୍ପର୍କରେ ଆବଶ୍ୟକୀୟ ଡକୁମେଣ୍ଟ ସହିତ ନିର୍ଭୁଲ ଭାବରେ ଫର୍ମ ପୂରଣ କରି ଜୁଲାଇ ୩୧ ସୁଦ୍ଧା ବୀମା ଅର୍ଥ ଜମା କରିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । ଶେଷରେ ବରଗଡ଼ ସହକାରୀ କୃଷି ଅଧିକାରୀ, ରାଜୀବ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ବୈଠକରେ ଖରିଫ ଫସଲ ବୀମା ସମ୍ପର୍କିତ ବିଭାଗୀୟ ଅଧିକାରୀ ଓ ବରଗଡ଼ ଉପଖଣ୍ଡର ବିଭିନ୍ନ ବ୍ଲକର ଚାଷୀମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।