ବନକଲାଗି ପ୍ରସଙ୍ଗ, ଆଜି ନୀତି ସବକମିଟି ବୈଠକ | News Room Odisha

ବନକଲାଗି ପ୍ରସଙ୍ଗ, ଆଜି ନୀତି ସବକମିଟି ବୈଠକ

ପୁରୀ – ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ପ୍ରସଙ୍ଗରେ ଆଲୋଚନା ପାଇଁ ଆଜି ନୀତି ସବକମିଟି ବୈଠକ ବସିବ । ବୈଠକରେ ବନକଲାଗି ନେଇ କୌଣସି ନିଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି ।

ଗତ ବୁଧବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବନକଲାଗି ନୀତି କରିବା ପାଇଁ ଦତ୍ତ ମହାପାତ୍ର ସେବାୟତଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଗୁରୁବାର ବନକଲାଗି କରିବାକୁ ପ୍ରସ୍ତୁତ ହୋଇ ଶ୍ରୀମନ୍ଦିର ଆସିଥିଲେ ଦତ୍ତ ମହାପାତ୍ର ସେବାୟତ । ବନକ ଘରେ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ନୀତି ନ କରିବାକୁ କହିଥିଲେ ଶ୍ରୀମନ୍ଦିର କମାଣ୍ଡର । ତେଣୁ ସେବକମାନେ ମୁଖ୍ୟ ପ୍ରଶାସକଙ୍କୁ ଭେଟି ବନକଲାଗି ନୀତି କରିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଥିଲେ । ପୂର୍ବରୁ ଉଭୟ ବୁଧବାର ଓ ଗୁରୁବାର ବନକଲାଗି ନୀତି ହୋଇଆସୁଥିବା ବେଳେ ପ୍ରଶାସନ ବୁଧବାର କରିବା ପାଇଁ କାହିଁକି ବାଧ୍ୟ କରୁଛି ସେନେଇ ପ୍ରଶ୍ନ କରିଛନ୍ତି ଦତ୍ତ ମହାପାତ୍ର ସେବାୟତ ।