ଡକ୍ଟର ଆଶିଷ ଘୋଷ ଆଇଆଇଆଇଟିର ନୂଆ ନିର୍ଦ୍ଦେଶକ ନିଯୁକ୍ତ | News Room Odisha

ଡକ୍ଟର ଆଶିଷ ଘୋଷ ଆଇଆଇଆଇଟିର ନୂଆ ନିର୍ଦ୍ଦେଶକ ନିଯୁକ୍ତ

ଭୁବନେଶ୍ୱର – ରାଜ୍ୟର ଅଗ୍ରଣୀ ବୈଷୟିକ ଶିକ୍ଷା ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଇନଫର୍ମେସନ ଟେକ୍ନୋଲୋଜି -ଆଇଆଇଆଇଟିର ନୂଆ ନିର୍ଦ୍ଦେଶକ ଭାବେ ଡକ୍ଟର ଆଶିଷ ଘୋଷଙ୍କୁ ନିଯୁକ୍ତି ଦିଆଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଡକ୍ଟର ଆଶିଷ ଘୋଷଙ୍କୁ ଆଇଆଇଆଇଟିର ନିର୍ଦ୍ଦେଶକ ଭାବେ ୫ ବର୍ଷ ପାଇଁ ନିଯୁକ୍ତ କରିଛନ୍ତି। ବର୍ତ୍ତମାନ ଡକ୍ଟର ଘୋଷ କୋଲକାତା ସ୍ଥିତ ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ଇନଷ୍ଟିଚ୍ୟୁଟ ଟେକ୍ନୋଲୋଜି ଇନୋଭେସନ ହବ୍ ରେ ପ୍ରଫେସର ଓ ପ୍ରକଳ୍ପ ନିର୍ଦ୍ଦେଶକ ଅଛନ୍ତି।