ବ୍ୟାଙ୍କ ଋଣ ନାଁରେ ଠକେଇ, ବନ୍ଧାହେଲେ ପୂର୍ବତନ ବ୍ରାଞ୍ଚ ମ୍ୟାନେଜର | News Room Odisha

ବ୍ୟାଙ୍କ ଋଣ ନାଁରେ ଠକେଇ, ବନ୍ଧାହେଲେ ପୂର୍ବତନ ବ୍ରାଞ୍ଚ ମ୍ୟାନେଜର

ଭୁବନେଶ୍ବର – ବ୍ୟାଙ୍କ ଋଣ ଦେବା ନାଁରେ ଠକେଇ ଅଭିଯୋଗରେ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ସ୍ୱୟମ ପ୍ରକାଶ ପରିଡ଼ାଙ୍କୁ ଗିରଫ କରାଯାଇଛି । କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଭୁବନେଶ୍ୱର ପଳାଶପଲ୍ଲୀର‌େ ଥିବା ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଶାଖା ପରିଚାଳକ ସ୍ଵୟମଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ ଯେ, ୨୦୧୫ରୁ ୨୦୧୭ ମଧ୍ୟରେ ବ୍ୟାଙ୍କ ଋଣ ଦେବା ନାଁରେ ଏକ କୋଟି ୯ ଲକ୍ଷ ଟଙ୍କାର ଠକେଇ ହୋଇଥିଲା। ଜାଲ୍ କାଗଜପତ୍ର ଦେଇ ଭିନ୍ନ ଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଋଣ ମଞ୍ଜୁର କରାଯାଇଥିଲା। ୨୪ଟି ଗାଡ଼ି ଲୋନ ଓ ସିସି ଲୋନ ଫେକ୍ ଆକାଉଣ୍ଟରେ ମଞ୍ଜୁର କରିଥିଲେ ସ୍ୱୟମ୍ ।