ଭିଜିଲାନ୍ସ ମାମଲାରେ ମିଥ୍ୟା ପ୍ରମାଣ ପାଇଁ ଚାକିରି ହରାଇଲେ ସହକାରୀ ଯନ୍ତ୍ରୀ | News Room Odisha

ଭିଜିଲାନ୍ସ ମାମଲାରେ ମିଥ୍ୟା ପ୍ରମାଣ ପାଇଁ ଚାକିରି ହରାଇଲେ ସହକାରୀ ଯନ୍ତ୍ରୀ

ବିଜେପୁର – ଏକ ଭିଜିଲାନ୍ସ ମାମଲାରେ ମିଥ୍ୟା ପ୍ରମାଣ ଦେଇଥିବାରୁ ବିଜେପୁର ଆର ଡବ୍ଲୁଏସଏସ୍ ସେକ୍ସନର ସହକାରୀ ଯନ୍ତ୍ରୀ ଉପେନ୍ଦ୍ରଭଞ୍ଜ ନାୟକଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ମିଛ ତଥ୍ୟ ଉପସ୍ଥାପନ କରିଥିବାରୁ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗକୁ ସୁପାରିସ କରିଥିଲା ଭିଜିଲାନ୍ସ ।

ଭିଜିଲାନ୍ସ ପକ୍ଷରୁ ଅନୁରୋଧ ପରେ ଉପେନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଉପେନ୍ଦ୍ରଙ୍କ ଭୁଲ ତଥ୍ୟ ଯୋଗୁଁ ଛାଡ଼ ପାଇଯାଇଥିଲେ ଅଭିଯୁକ୍ତ ଆନନ୍ଦ ସରାଫ । ଆନନ୍ଦ ବରଗଡ଼ ଡିଭିଜନର କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ଅଫିସର ବରିଷ୍ଠ କିରାଣି ଥିଲେ । ସୂଚନା ଅନୁସାରେ ୨୦୧୧ରେ ବରଗଡ଼ ସୋହେଲା ଆରଡବ୍ଲୁଏସଏସ ସେକ୍ସନରେ କନିଷ୍ଠ ଯନ୍ତ୍ରୀ ଥିଲେ ଉପେନ୍ଦ୍ରଭଞ୍ଜ । କିରାଣି ଆନନ୍ଦ ସରାଫଙ୍କ ବିରୋଧରେ ସେ ମିଥ୍ୟା ପ୍ରମାଣ ଦେଇଥିଲେ। ଦେଇଥିବା ତଥ୍ୟ ବଦଳାଇ ଭୁଲ୍ ଦେଇଥିଲେ । ମିଥ୍ୟା ତଥ୍ୟ ଦେଇ ଅଭିଯୁକ୍ତକୁ ଖସାଇ ଦେଇଥିଲେ ଉପେନ୍ଦ୍ରଭଞ୍ଜ ।