ଓଡ଼ିଶାରେ ବାଘଙ୍କ ସଂଖ୍ୟା ୨୮ରୁ ୨୦କୁ ହ୍ରାସ | News Room Odisha

ଓଡ଼ିଶାରେ ବାଘଙ୍କ ସଂଖ୍ୟା ୨୮ରୁ ୨୦କୁ ହ୍ରାସ

ନୂଆଦିଲ୍ଲୀ – ଓଡ଼ିଶାରେ ବାଘଙ୍କ ସଂଖ୍ୟା ହ୍ରାସ ପାଇଛି। ୨୦୧୮ ମସିହାରେ ଓଡ଼ିଶାରେ ୨୮ ଜଣ ବାଘ ଥିଲେ । ୨୦୨୧-୨୨ ଗଣନା ଅନୁସାରେ ଏହି ସଂଖ୍ୟା ଏବେ ୨୦କୁ ହ୍ରାସ ପାଇଛି। ଆନ୍ତର୍ଜାତିକ ବାଘ ଦିବସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟର ଏହି ତଥ୍ୟ ଦିଆଯାଇଛି। ଏନଟିସିଏ ରିପୋର୍ଟ ଅନୁସାରେ ରାଜ୍ୟରେ ଗତ ଚାରି ବର୍ଷରେ ବାଘଙ୍କ ସଂଖ୍ୟାରେ ପାଖାପାଖି ୩୦ ପ୍ରତିଶତ ହ୍ରାସ ହୋଇଛି । ତେବେ ସାମାନ୍ୟ ସାନ୍ତ୍ୱନାର ବିଷୟ ଯେ, ଶିମିଳିପାଳ ରିଜର୍ଭରେ ବାଘଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି । ଏଠାରେ ୨୦୧୮ରେ ବାଘଙ୍କ ସଂଖ୍ୟା ୮ ଥିବା ବେଳେ ତାହା ଏବେ ବୃଦ୍ଧି ପାଇ ୧୬ରେ ପହଞ୍ଚିଛି ।