ପାଇଖାନା ଟାଙ୍କିରେ ଅଣନିଃଶ୍ବାସୀ ହୋଇ ୨ ମୃତ | News Room Odisha

ପାଇଖାନା ଟାଙ୍କିରେ ଅଣନିଃଶ୍ବାସୀ ହୋଇ ୨ ମୃତ

ଭୁବନେଶ୍ୱର – ପାଇଖାନା ଟାଙ୍କି ସଫା କଲା ବେଳେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ୱର ଶିଶୁପାଳଗଡ଼ ରଘୁନାଥ ନଗର ଦ୍ୱିତୀୟ ଲେନରେ ଆଜି ଏଭଳି ଘଟଣା ଘଟିଛି । ପାଇଖାନା ଟାଙ୍କି ସଫା କରିବାକୁ ୨ ଜଣ ଶ୍ରମିକ ସ୍ୱରେଜ୍‌ ଚାମ୍ପର ଭିତରକୁ ଫସିଥିଲେ। ଭିତରେ ଅମ୍ଳଜାନ ନ ଥିବାରୁ ଅଣନିଃଶ୍ବାସୀ ହୋଇଯାଇଥିଲେ। ବହୁ ଚେଷ୍ଟା ସତ୍ତ୍ୱେ ସେମାନେ ବାହାରକୁ ଆସିପାରି ନ ଥିଲେ। ସ୍ଥାନୀୟ ଲୋକେ ବି ସେମାନଙ୍କୁ ବାହାରକୁ ଆଣିବାରେ ବିଫଳ ହୋଇଥିଲେ।

ଅଗ୍ନିଶମ ବାହିନୀ ପହଞ୍ଚିବା ୨ ଜଣଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ସେଠାରେ ୨ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।