ଭୂଷଣ୍ଡପୁର ମା' ଉଗ୍ରତାରା ମନ୍ଦିରରୁ ଚୋରି  | News Room Odisha

ଭୂଷଣ୍ଡପୁର ମା’ ଉଗ୍ରତାରା ମନ୍ଦିରରୁ ଚୋରି 

ଖୋର୍ଦ୍ଧା – ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁର ସ୍ଥିତ ଓଡ଼ିଶା ପ୍ରସିଦ୍ଧ ମା’ ଉଗ୍ରତାରାଙ୍କ ମନ୍ଦିରରୁ ଚୋରି ହୋଇଥିବା ସୂଚନା ମିଳିଛି। ଗତକାଲି ରାତିରେ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ମନ୍ଦିରରେ ପଶି ମା’ଙ୍କର ମୁକୁଟ, ଅଣ୍ଟା ପଟି, ହାର, ହାତ ପଲା, ଆଖି, ମଥା ଚିତା, ହାତ ପଟି ଆଦି ସୁନା ଓ ରୁପାର ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।