ଆଦିବାସୀ ବିକାଶ ସମବାୟ ନିଗମର ପୂର୍ବତନ ଜିଏମଙ୍କଠାରୁ ୫ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ | News Room Odisha

ଆଦିବାସୀ ବିକାଶ ସମବାୟ ନିଗମର ପୂର୍ବତନ ଜିଏମଙ୍କଠାରୁ ୫ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ

ଭୁବନେଶ୍ୱର – ଆଦିବାସୀ ବିକାଶ ସମବାୟ ନିଗମ ଲିମିଟେଡ- ଟିଡିସିସିଏଲର ପୂର୍ବତନ ଜିଏମ୍ ରୋହିତ କୁମାର ପରିଡାଙ୍କଠାରୁ ୫ ଲକ୍ଷ ୫୪ ହଜାର ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ । ସେ ଭୁବନେଶ୍ବରକୁ ଯାଉଥିବା ବେଳେ ଚନ୍ଦ୍ରଗିରି ନିକଟରେ ବସ୍ ଅଟକାଇ ପରିଡାଙ୍କଠାରୁ ଭିଜିଲାନ୍ସ ଟିମ ନଗଦ ଟଙ୍କା ଜବତ କରିଥିଲା । ଜବତ ନଗଦ ଅର୍ଥ ନେଇ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିବାରୁ ତାଙ୍କଠାରୁ ଏହି ରାଶି ଜବତ କରାଯାଇଥିଲା। ଏହାପରେ ପରିଡ଼ାଙ୍କର ତିନିଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ଅର୍ଥର ଉତ୍ସ ସମ୍ପର୍କରେ ତଦନ୍ତ ଚାଲିଛି। ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।