୨୫ ବର୍ଷ ତଳର ହତ୍ୟା ମାମଲାରେ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍ | News Room Odisha

୨୫ ବର୍ଷ ତଳର ହତ୍ୟା ମାମଲାରେ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍

ବ୍ରହ୍ମପୁର – ୨୫ ବର୍ଷ ତଳର ଏକ ହତ୍ୟା ମାମଲାରେ ବ୍ରହ୍ମପୁରର ଏକ କୋର୍ଟ ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କ ସମେତ ୧୩ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ବ୍ରହ୍ମପୁରର ଏଡିଜେ-୩ କୋର୍ଟ ପୂର୍ବତନ ବିଧାୟକ ଓ ଅନ୍ୟମାନଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଟାଟା ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବେଳେ ୧୯୯୮ ମସିହା ମେ’ ୧୮ ତାରିଖରେ ସିନ୍ଧି ଗାଁରେ ଏକ ସଭାରେ ଗଣ୍ଡଗୋଳ ହୋଇଥିଲା ।

ଗଣ୍ଡଗୋଳ ଓ ମାରପିଟ୍‌ରେ ପୋଲିସ ରିଜର୍ଭ ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ନାରାୟଣ ରେଡ୍ଡୀଙ୍କ ସହ ୨୨ ଜଣଙ୍କ ନାଁରେ ହତ୍ୟା ମାମଲା ରୁଜୁ ହୋଇଥିଲା ।