ଭୁବନେଶ୍ବର – ରାଜଧାନୀରେ ବର୍ଷା ବିତ୍ପାତ । ସନ୍ଧ୍ୟାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ଦୁଇ ଘଣ୍ଟା ଧରି ମୂଷଳ ଧାରାର ବର୍ଷା ହେବା ଯୋଗୁଁ ରାଜଧାନୀର ଅବସ୍ଥା ବେହାଲ୍ ହୋଇଯାଇଥିଲା। ସହରର ଅଧିକାଂଶ ଅଞ୍ଚଳରେ ମୁଖ୍ୟରାସ୍ତାରେ ବର୍ଷାପାଣି ଲହଡି ଭାଙ୍ଗିଥିଲା। ତଳିଆ ଅଞ୍ଚଳଗୁଡ଼ିକରେ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ରାସ୍ତାରେ ପାଣି ଜମି ରହିଥିବାରୁ ଗାଡ଼ିମଟର ଅଟକି ରହିଥିଲା। ଏଥିଯୋଗୁଁ ଟ୍ରାଫିକ ଜାତ ସୃଷ୍ଟି ହୋଇଥିଲା। ପ୍ରମୁଖ ରାସ୍ତାଗୁଡିକରେ ଆଣ୍ଠୁଏ ଉଚ୍ଚତାର ପାଣି ଚାଲୁଥିବାରୁ ବନ୍ୟା ଭଳି ଦୃଶ୍ୟ ପରିଲକ୍ଷିତ ହୋଇଛି।ଭୁବନେଶ୍ବରର ଅନ୍ୟତମ ମୁଖ୍ୟରାସ୍ତା କଳିଙ୍ଗ ଷ୍ଟାଡିୟମଠାରୁ ପୁଲିସ କମିସନରେଟ୍ ମଧ୍ୟରେ ରାସ୍ତାରେ ବର୍ଷାପାଣି ଡିଭାଇଡର୍ ଉପରେ ବହୁଥିଲା । ସେହିପରି ଇସ୍କନ ମନ୍ଦିରର ସାମ୍ନାରେ ମଧ୍ୟ ଗାଡ଼ି ବୁଡ଼ିଯିବା ଭଳି ପାଣି ହୋଇଛି। ରସୁଲଗଡ଼ଠାରୁ କଳ୍ପନା ଯାଇଥିବା କଟକ ରୋଡର ବହୁସ୍ଥାନରେ ପ୍ରବଳ ପାଣି ଯୋଗୁ ଯାନବାହନ ଚଳାଚଳ କରିବା ବିପଦପୂର୍ଣ୍ଣ ହୋଇଥିଲା । ଲକ୍ଷ୍ମୀସାଗର ଛକ ଓ ଏସପ୍ଲାନେଡ୍ ମଲ୍ ସାମ୍ନାରେ ବର୍ଷା ପାଣି ଯୋଗୁଁ ସମସ୍ୟା ସୃଷ୍ଟି ହୋଇଛି । ଯାଉଛି। ଶିଶୁଭବନ ଛକଠାରୁ ନବୀନ ନିବାସକୁ ଯାଇଥିବା ରାସ୍ତାରେ ବି ବର୍ଷାପାଣିର ଲହଡି ଭାଙ୍ଗୁଛି।