ନୂଆପିଲା ନେବେ କଲେଜ ଅନୁଭୂତି : ଆଜିଠୁ ଯୁକ୍ତ ଦୁଇ ପାଠପଢା ଆରମ୍ଭ , ପ୍ରଥମ ଦିନରେ 'ଇଣ୍ଡକ୍ସନ କ୍ଲାସ' | News Room Odisha

ନୂଆପିଲା ନେବେ କଲେଜ ଅନୁଭୂତି : ଆଜିଠୁ ଯୁକ୍ତ ଦୁଇ ପାଠପଢା ଆରମ୍ଭ , ପ୍ରଥମ ଦିନରେ ‘ଇଣ୍ଡକ୍ସନ କ୍ଲାସ’

ଭୁବନେଶ୍ୱର – ଆଜିଠୁ ଆରମ୍ଭ ହେବ ଯୁକ୍ତଦୁଇ ପାଠପଢା । ଶ୍ରେଣୀଗୃହରେ ବସି ପାଠପଢିବେ ୨୦୨୩-୨୪ ଶିକ୍ଷାବର୍ଷରେ ନାମ ଲେଖାଇଥିବା ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ । ପ୍ରଥମ ଦିନରେ ହେବ ‘ଇଣ୍ଡକ୍ସନ କ୍ଲାସ’ । ପ୍ରତି ଶିକ୍ଷାନୁଷ୍ଠାନରେ ଆୟୋଜନ ହେବ ପ୍ରବେଶ ଉତ୍ସବ । ପ୍ରଥମେ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରାଯିବ । ପରେ ସମସ୍ତଙ୍କୁ ଏକାଠି କରି ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ କିମ୍ବା ବରିଷ୍ଠ ଅଧ୍ୟାପକ ପ୍ରଥମ କ୍ଲାସ କରିବେ ।

ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନ ସମ୍ପର୍କରେ ଅବଗତ କରାଯିବା ସହ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହିତ ପରିଚିତ କରାଯିବ । ସିଲାବସ, ପରୀକ୍ଷା ପ୍ରଶ୍ନ ଢାଞ୍ଚା ଏବଂ କଲେଜର ଅନ୍ୟାନ୍ୟ ନିୟମାବଳୀ ସମ୍ପର୍କରେ ନବାଗତ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ । ନିଜ ନିଜ ବିଭାଗର ଟାଇମ ଟେବୁଲ ପ୍ରଦାନ କରାଯିବା ସହ ରାଗିଂ ସମ୍ପର୍କରେ ସଚେତନ କରିବେ କଲେଜ କର୍ତ୍ତୃପକ୍ଷ । ଏହିମାସ ଅଗଷ୍ଟ ୧୪ସୁଦ୍ଧା ବାଧ୍ୟତାମୂଳକ ହେବ ୟୁନିଫର୍ମ ଓ ପରିଚୟ ପତ୍ର ।