ତିନି ମାସ ପରେ ପୁଣି ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ | News Room Odisha

ତିନି ମାସ ପରେ ପୁଣି ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ା – ଆଜିଠୁ ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଭିତରକନିକା ଜାତୀୟ ଉଦ୍ୟାନ। ୩ ମାସର କଟକଣା ହଟିଲା ପରେ ଭିତରକନିକାକୁ ପୁଣି ପର୍ଯ୍ୟଟକଙ୍କ ସମାଗମ ହେବ । ପର୍ଯ୍ୟଟକମାନେ ଗୁପ୍ତି, ଡାଙ୍ଗମାଳ ଓ ଚାନ୍ଦବାଲି ଦେଇ ପ୍ରବେଶ କରିପାରିବେ। କୁମ୍ଭୀର ପ୍ରଜନନ ପାଇଁ ମେ’ ପହିଲାରୁ ଜୁଲାଇ ୩୧ ତାରିଖ ଯାଏଁ ବନ୍ଦ ରହିଥିଲା ଜାତୀୟ ଉଦ୍ୟାନ । ଲୁଣାପାଣି କୁମ୍ଭୀରଙ୍କ ପ୍ରଜନନ ପାଇଁ ପ୍ରତିବର୍ଷ ଭିତରକନିକା ଜାତୀୟ ଉଦ୍ୟାନ ତିନି ମାସ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହେ ।