ଅବପାତରେ ପରିଣତ ହେଲା ସୁଦୃଶ ଲଘୁଚାପ, ଏଣେ ଆଜି ବି ଟୁଇନ ସିଟିରେ ପ୍ରବଳ ବର୍ଷାର ଚେତାବନୀ | News Room Odisha

ଅବପାତରେ ପରିଣତ ହେଲା ସୁଦୃଶ ଲଘୁଚାପ, ଏଣେ ଆଜି ବି ଟୁଇନ ସିଟିରେ ପ୍ରବଳ ବର୍ଷାର ଚେତାବନୀ

ଭୁବନେଶ୍ୱର – ଅବପାତରେ ପରିଣତ ହେଲା ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସୁଦୃଶ ଲଘୁଚାପ । ଉତ୍ତରପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଛି ସୁଦୃଶ ଲଘୁଚାପ । ଆଜି ସଂଧ୍ୟା ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେବା ସମ୍ଭାବନା ରହିଛି। ଗଭୀର ଅବପାତରେ ପରିଣତ ହେଲା ପରେ ଏହା ଉତ୍ତର ପୂର୍ବ ଦିଗକୁ ଗତି କରିବ । ଏହାର ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ବି ହୋଇପାରେ । ରାଜ୍ୟରେ ଆସନ୍ତା ତିନି ତାରିଖ ଯାଏଁ ଲାଗି ରହିବ ବର୍ଷା।

ଏଣେ ଆଜି ବି ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ତୁହାକୁ ତୁହା ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଅପରାହ୍ନ ୨ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ସତର୍କତା ଜାରି କରାଯାଇଛି । ଗତକାଲି ମଧ୍ୟ ଭୁବନେଶ୍ବର ଓ କଟକରେ ପ୍ରବଳ ବର୍ଷା ହୋଇଥିଲା । ଭୁବନେଶ୍ୱର ସଂଧ୍ୟା ୫ରୁ ରାତି ୮ଟା ମଧ୍ୟରେ ମୂଷଳ ଧାରାରେ ବର୍ଷା ହୋଇଥିବାରୁ ଜନଜୀବନ ପ୍ରଭାବିତ ହୋଇଥିଲା । ଅନେକ ସ୍ଥାନରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଥିଲା । ଭୁବନେଶ୍ୱରରେ ଗତକାଲି ୨୫୮ ମିମି ବର୍ଷା ରେକର୍ଡ କରାଯାଇଥିଲା, ଯାହା କି ୧୨ ବର୍ଷରେ ସର୍ବାଧିକ।