ପଶ୍ଚିମ ଓଡ଼ିଶାରେ ଆଜି ପାଳନ ହେଉଛି ସମ୍ବଲପୁରୀ ଦିନ | News Room Odisha

ପଶ୍ଚିମ ଓଡ଼ିଶାରେ ଆଜି ପାଳନ ହେଉଛି ସମ୍ବଲପୁରୀ ଦିନ

ସମ୍ବଲପୁର- ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଜି ପାଳନ କରାଯାଉଛି ସମ୍ବଲପୁରୀ ଦିନ । ଅଗଷ୍ଟ ପହିଲାରେ ସାହିତ୍ୟିକ ସ୍ୱର୍ଗତ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ ଭାବେ ପାଳନ କରାଯାଏ। ସମ୍ବଲପୁରୀ ଯେ ଓଡିଆ ଭାଷାଠାରୁ ଅଲଗା ଆଉ ତାର ଗୋଟେ ନିଜର ବ୍ୟାକରଣ ଅଛି, ଏଇ କଥା ନିଜ ଗୀତ, ଗଳ୍ପ ତଥା କବିତା ମାଧ୍ୟମରେ ପ୍ରକାଶ କରିଥିଲେ ସତ୍ୟନାରାୟଣ ବହିଦାର। ସମ୍ବଲପୁରୀ ଦିନ ଅବସରରେ ସମ୍ବଲପୁର ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କୁ ସମ୍ବଲପୁରୀ ପୋଷାକ ପିନ୍ଧି କାର୍ଯ୍ୟାଳୟରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଜିଲ୍ଲାପାଳ ସମ୍ବଲପୁର ମ୍ୟୁନିସିପାଲ୍ କର୍ପୋରେସନ୍, ସମସ୍ତ ଉପଜିଲ୍ଲାପାଳ, ଜିଲ୍ଲାର ସବୁ ବିଡିଓ, ତହସିଲଦାର ଓ ବିଭାଗୀୟ ମୁଖ୍ୟମାନଙ୍କୁ ଚିଠି କରି ନିର୍ଦ୍ଦେଶ ଦେଇଛନ୍ତି।