ନୂଆଦିଲ୍ଲୀ – ମଣିପୁର ପ୍ରସଙ୍ଗରେ ଲୋକସଭାରେ ବିରୋଧୀ ଆଇଏନଡିଆଇଏ ମେଣ୍ଟ ଦ୍ୱାରା ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ବିଜୁ ଜନତା ଦଳ ବିରୋଧ କରିବ । ଅନାସ୍ଥା ପ୍ରସ୍ତାବ ଭୋଟିଂ ବେଳେ ସବୁ ଲୋକସଭା ସଦସ୍ୟ ଗୃହରେ ଉପସ୍ଥିତ ରହିବାକୁ ବିଜେଡି ପକ୍ଷରୁ କୁହାଯାଇଛି। ଦିଲ୍ଲୀ ସେବା ବିଲକୁ ମଧ୍ୟ ବିଜେଡି ସମର୍ଥନ କରିବ ବୋଲି ସାଂସଦ ତଥା ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି।