୧୪ଟି ନୂଆ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପାଇଁ ଅଧ୍ୟକ୍ଷ ନିଯୁକ୍ତ | News Room Odisha

୧୪ଟି ନୂଆ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପାଇଁ ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ବର: ୧୪ଟି ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ରାଜ୍ୟ ସରକାର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ଦିଆଯାଇଛି ।

ଏହି ୧୪ ଜଣ ନୂତନ ଅଧ୍ୟକ୍ଷ ହେଲେ –

ଅନୁଗୁଳ ଜିଲ୍ଲା – ସଦାଶିବ ନାୟକ
ବାଲେଶ୍ବର – ମଦନ ମୋହନ ମାଝୀ
ବଲାଙ୍ଗୀର – ବ୍ରଜମୋହନ ବିଶୋଇ
ବୌଦ୍ଦ –  ଭଗବାନ କହଁର
ଢେଙ୍କାନାଳ – ସୁରେନ୍ଦ୍ର ହେମ୍ବ୍ରମ
ଯାଜପୁର – ଲମ୍ବୋଦର ମୁଣ୍ଡା
କଳାହାଣ୍ଡି –  ଶିବାଜୀ ମାଝୀ
ନୂଆପଡା –  ଭଗତରାମ ମାଝୀ
ସମ୍ବଲପୁର – ଶୋଭାରାମ ପ୍ରଧାନ
ଦେବଗଡ – ପାଞ୍ଜିଆ ଭୋଇ
ବରଗଡ – ସୁଶୀଳା ଭୋଇ
ଝାରସୁଗୁଡା – ମୋହନ କିଶାନ
ନୟାଗଡ – ଜାନକୀ ଦେହୁରୀ
ଗଞ୍ଜାମ – ବିଦ୍ୟାଧର ଜାନୀ

ସୂଚନାଯୋଗ୍ୟ ଯେ ୨୦୧୭ ମସିହାରୁ ୯ଟି ଜିଲ୍ଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟକାରୀ ହେଉଥିଲା। ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଆଉ ୧୪ଟି ଜିଲ୍ଲାକୁ ସଂପ୍ରସାରିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ପରିଷଦ ଗୁଡିକ ଜରିଆରେ ରାଜ୍ୟର ଜନଜାତି ମାନଙ୍କର କଳା, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ଓ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି ।