ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ସ୍ଥିତି ବେହାଲ | News Room Odisha

ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ସ୍ଥିତି ବେହାଲ

ସୋନପୁର -ସୁବର୍ଣ୍ଣପୁର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ କେତେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି।ବୀରମହାରାଜପୁରରେ ବନ୍ୟା ସ୍ଥିତି ଉପୁଜିଛି। ଜଳସ୍ତର ବଢିଥିବାରୁ ହରିହର ଯୋର ପ୍ରକଳ୍ପର ୯ଟି ଗେଟ୍ ମଧ୍ୟରୁ ୬ଟି ଗେଟ୍ ଖୋଲାଯାଇଛି ବୀରମହାରାଜପୁର-ଚାରମାଳ ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଏଣେ କେନ୍ଦୁଝର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ବେହାଲ ହୋଇଛି। ତେଲକୋଇ ସମାକୋଇ ନଦୀ ପୋଲ ଉପରେ ପାଣି ପ୍ରବାହିତ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗତକାଲି ରାତିରୁ ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ତେଲକୋଇରୁ ଭୁବନେଶ୍ବର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ପ୍ରବଳ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି। ତାଟ-ହାତୀବାରୀ ରାସ୍ତାର ପାଟୁଳିଡିହି ନିକଟରେ ୩ ଫୁଟର ପାଣି ଚାଲୁଛି । ୩୦ରୁ ଅଧିକ ଗାଁର ବାହ୍ୟଜଗତ ସହ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି।