ପାହାଡ଼ ଉପରୁ ପଥର ଖସିଲା, ଟ୍ରାକରୁ ଚକ ଖସି ମାଲବାହୀ ଟ୍ରେନ ଲାଇନଚ୍ୟୁତ | News Room Odisha

ପାହାଡ଼ ଉପରୁ ପଥର ଖସିଲା, ଟ୍ରାକରୁ ଚକ ଖସି ମାଲବାହୀ ଟ୍ରେନ ଲାଇନଚ୍ୟୁତ

ଅନୁଗୁଳ – ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମାଲବାହୀ ଟ୍ରେନ। ପାହାଡ଼ରୁ ପଥର ଖସି ଟ୍ରାକରେ ପଡିଥିବା ବେଳେ ଏହା ଉପରେ ମାଲବାହୀ ଟ୍ରେନର ଇଞ୍ଜିନ ଚଢିଯିବାରୁ ତାହା ଲାଇନଚ୍ୟୁତ ହୋଇଥିଲା। ଟ୍ରାକରୁ ଚକ ଖସିଯାଇଥିଲା । ତାଳଚେରରୁ ସମ୍ବଲପୁର ଅଭିମୁଖେ ଯାଉଥିଲା ମାଲବାହୀ ଟ୍ରେନ । ଟ୍ରେନ ଲାଇନଚ୍ୟୁତ ହୋଇଥିଲେ ମଧ୍ୟ ରେଳବାଇ କର୍ମଚାରୀ ସୁରକ୍ଷିତ ଅଛନ୍ତି। ବଇଣ୍ଡା ଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଏହି ଅଘଟଣ ଘଟିଛି। ଘଟଣାସ୍ଥଳରେ ପହଞ୍ଚି ରେଳବାଇ ଅଧିକାରୀ ସ୍ଥିତି ଅନୁଧ୍ୟାନ କରିଛନ୍ତି।