ଜ୍ଞାନବାପି ମାମଲାରେ ମୁସଲିମ ପକ୍ଷକୁ ବଡ଼ ଝଟକା, ସର୍ଭେ ଜାରି ରଖିବାକୁ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ | News Room Odisha

ଜ୍ଞାନବାପି ମାମଲାରେ ମୁସଲିମ ପକ୍ଷକୁ ବଡ଼ ଝଟକା, ସର୍ଭେ ଜାରି ରଖିବାକୁ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଆହ୍ଲାବାଦ: ଜ୍ଞାନବାପି ମସଜିଦ ସର୍ଭେ ମାମଲାରେ ମୁସଲିମ ପକ୍ଷକୁ ବଡ଼ ଝଟକା ଲାଗିଛି । ‌ ଜ୍ଞାନବାପି ମସଜିଦ ପରିସରରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ (ଏଏସ୍ଆଇ) ଦ୍ବାରା ସର୍ଭେ ଜାରି ରଖିବାକୁ ହାଇକୋର୍ଟ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି।

ଏହା ପୂର୍ବରୁ ବାରାଣସୀ ଜିଲ୍ଲା କୋର୍ଟ ହିନ୍ଦୁ ପକ୍ଷର ଆବେଦନ ଉପରେ ଏଏସଆଇ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଏସଆଇ ଟିମ୍ ମଧ୍ୟ ସର୍ଭେ କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ମୁସଲିମ ପକ୍ଷ ଏହା ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା । ସର୍ଭେ ଉପରେ ରୋକ୍ ଲଗାଇବା ସହ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଥିଲେ। ଆଜି ଏହି ମାମଲାର ଶୁଣାଣି ପରେ ସର୍ଭେ ଜାରି ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।