ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ବିଧାୟକ | News Room Odisha

ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

ସୁବର୍ଣ୍ଣପୁର: ଲଗାଣ ବର୍ଷାରେ ବୀରମହାରାଜପୁର ବ୍ଲକର ସମସ୍ତ ପଞ୍ଚାୟତ ଅଞ୍ଚଳରେ ନାହିଁ ନଥିବା ବନ୍ୟାସ୍ଥିତି ଉପୁଜିଥଲା । ଫଳରେ ବିଭିନ୍ନ ସ୍ଥାନରେ ରାସ୍ତା ଧୋଇ ଯାଇଥିବା ବେଳେ ଅନେକ ସ୍ଥାନରେ ଲୋକଙ୍କ ଘରର କାନ୍ଥ ଭାଙ୍ଗିଯାଇଥିବା ସହ ଅନେକ ସ୍ଥାନକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଆଜି ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ବନ୍ୟା ଅଞ୍ଚଳ ବୁଲି ଦେଖୁଥିଲେ I ଅନେକ ସ୍ଥାନରେ ପନିପରିବା ଚାଷ ନଷ୍ଟ ହୋଇ ବର୍ତ୍ତମାନ ସୁଦ୍ଧା ବର୍ଷା ପାଣି ଜମିରହିଛି ବିଧାୟକଙ୍କ ସହିତ ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ , ବୀରମହାରାଜପୁର ବିଡ଼ିଓ ମୋତିଲାଲ ସୁଲିଆ , ବିଜେଡି ସୁବର୍ଣ୍ଣପୁର ଜିଲ୍ଲା ଉପସଭାପତି କିଶୋର ହୋତା , ଜିଲ୍ଲା ପରିଷଦ ସଦସ୍ୟା ଚନ୍ଦ୍ରକାନ୍ତି ଦନ୍ଧା , ହିଲୁଙ୍ଗ ସମିତି ସଭ୍ୟ ଶୈଳ ରଞ୍ଜନ ବାଦୀ , ମଧୁସୁଦନ ପଣ୍ଡା , ଶ୍ରୀକାନ୍ତ କର୍ମୀ ପ୍ରମୁଖ ସାମିଲ ଥିଲେ ।

ବନ୍ୟାରେ ଘର ଭାଙ୍ଗି ଥିବା ଲୋକଙ୍କୁ ତୁରନ୍ତ ପଲିଥିନ ଯୋଗାଇ ଦେବା ସହିତ କୃଷି ବିଭାଗ ଓ ଉଦ୍ୟାନ ବିଭାଗ ତରଫରୁ ଲୋକମାନଙ୍କୁ ସହାୟତା ଯେଗାଇ ଦେବାକୁ ବିଧାୟକ ଶ୍ରୀ ବେହେରା ପରାମର୍ଶ ଦେଇଥିବା ଜଣାଯାଇଛି I