ୟୁଜି ଓ ପିଜି ନାମଲେଖା ତାରିଖ ଘୁଞ୍ଚିଲା | News Room Odisha

ୟୁଜି ଓ ପିଜି ନାମଲେଖା ତାରିଖ ଘୁଞ୍ଚିଲା

ଭୁବନେଶ୍ୱର – ରାଜ୍ୟରେ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୟୁଜି ଓ ପିଜି ନାମଲେଖା ତାରିଖରେ ପରିବର୍ତ୍ତନ କରାଯାଇଛି। ୟୁଜି ନାମଲେଖା ଓ ଆବେଦନକାରୀଙ୍କ ରିପୋର୍ଟିଂ(ଦ୍ବିତୀୟ ପର୍ଯ୍ୟାୟ ମନୋନୟନ) ଏବଂ ପିଜି(ପ୍ରଥମ ପର୍ଯ୍ୟାୟ ମନୋନୟନ)କୁ ୫ ଅଗଷ୍ଟ କୁ ଘୁଞ୍ଚାଇ ଦିଆଯାଇଛି। ଆଜି ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ବିଭାଗ ଉପ ନିର୍ଦ୍ଦେଶକ ନିର୍ଦ୍ଦେଶ ଜାରି କରିଛନ୍ତି। ଏଠରେ ସୂଚନାଯୋଗ୍ୟ ଯେ, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଛାତ୍ରଛାତ୍ରୀମାନେ ନାମ ଲେଖାଇବା ନିମନ୍ତେ ଜୁଲାଇ ୩୧ରୁ ଅଗଷ୍ଟ ୩ ମଧ୍ୟରେ ରିପୋର୍ଟିଂ କରିବାକୁ କୁହାଯାଇଥିଲା।