ଅପରାହ୍ନରେ ହୀରାକୁଦର ଅଧିକ ଗେଟ୍ ଖୋଲାଯିବ | News Room Odisha

ଅପରାହ୍ନରେ ହୀରାକୁଦର ଅଧିକ ଗେଟ୍ ଖୋଲାଯିବ

ଭୁବନେଶ୍ୱର – ଛତିଶଗଡ଼ର ଉପରମୁଣ୍ଡରେ ଅଧିକ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ତେଣୁ ହୀରାକୁଦର ଅଧିକ ଗେଟ୍ ଖୋଲାଯିବ । ଅପରାହ୍ନରେ ହୀରାକୁଦ ଗେଟ୍‌ ଖୋଲାଯିବ ବୋଲି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି। ଆଜି ଅପରାହ୍ନରେ ହୀରାକୁଦର ଅଧିକ ଗେଟ୍ ଖୋଲିବ। କାଲି ଛତିଶଗଡ଼ ଉପରମୁଣ୍ଡରେ ବର୍ଷା ଯୋଗୁ ଜଳସ୍ତର ବଢୁଛି। ଏବେ ହୀରାକୁଦର ୨ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ବର୍ତ୍ତମାନ ହୀରାକୁଦକୁ ୪ ଲକ୍ଷ ୭୭ ହଜାର କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୬୯ ହଜାର କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି ।