ସୁବ୍ରତ ବାଗଚୀଙ୍କୁ ନୂଆ ନିଯୁକ୍ତି | News Room Odisha

ସୁବ୍ରତ ବାଗଚୀଙ୍କୁ ନୂଆ ନିଯୁକ୍ତି

ଭୁବନେଶ୍ୱର – ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ପୂର୍ବତନ ଅଧ୍ୟକ୍ଷ ସୁବ୍ରତ ବାଗଚୀଙ୍କୁ ନୂଆ ନିଯୁକ୍ତି। ସୁବ୍ରତ ବାଗଚୀଙ୍କୁ ଇନଷ୍ଟିଚ୍ୟୁସନାଲ କ୍ୟାପାସିଟି ବିଲିଡିଂ ବା ସଂସ୍ଥାଗତ କ୍ଷମତା ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯାଇଛି। ଏଭଳି ପଦବୀ ନୂଆ କରି ସୃଷ୍ଟି କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ ସୁବ୍ରତ ବାଗଚୀ ରାଜ୍ୟର ସମସ୍ତ ପ୍ରଶାସନିକ ସେବା ପ୍ରଶିକ୍ଷଣ ସଂସ୍ଥାନର ସଂସ୍ଥାଗତ କ୍ଷମତା ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ପାଇଛନ୍ତି । ସେ ରାଜ୍ୟର ପ୍ରଶାସନିକ ସେବା ପ୍ରଶିକ୍ଷଣ ସଂସ୍ଥାଗୁଡ଼ିକର ଭବିଷ୍ୟତ ଲକ୍ଷ୍ୟ ନିର୍ଦ୍ଧାରଣ ଦିଗରେ କାର୍ଯ୍ୟ କରିବେ ଓ ସେସବୁକୁ ବିଶ୍ୱସ୍ତରୀୟ କରିବା ପାଇଁ ସହାୟତା ଦେବେ । ରାଜ୍ୟର ପ୍ରଶାସନିକ ସେବାରେ ଯୋଗ ଦେଉଥିବା ଅଧିକାରୀ ଓ କାର୍ଯ୍ୟରତ ପ୍ରଶାସନିକ ଅଧିକାରୀମାନଙ୍କ ମଧ୍ୟରେ ନେତୃତ୍ୱ ବିକାଶ ପାଇଁ ଦିଗଦର୍ଶନ ଦେବେ । ବାଗଚୀ ପଦବୀ ଜଣେ କ୍ୟାବିନେଟ ମନ୍ତ୍ରୀ ଭାବେ ମାନ୍ୟତା ପାଇବେ ।