ଭେଣ୍ଡିଜୋନରେ ଲାଗିଲା ନିଆଁ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ | News Room Odisha

ଭେଣ୍ଡିଜୋନରେ ଲାଗିଲା ନିଆଁ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ

ବଲାଙ୍ଗିର: ବଲାଙ୍ଗିର ଦୁର୍ଗା ମନ୍ଦିର ନିକଟ ଭେଣ୍ଡି ଜୋନର ତିନୋଟି ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ଖବରପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ନିଆଁକୁ ଆୟତ୍ତ କରିଥିବା ବେଳେ ପୋଲିସ ଛାନଭିନ ଆରମ୍ଭ କରିଛି । କେହି ଦୁର୍ବୃତ୍ତ ଜାଣିଶୁଣି ପେଟ୍ରୋଲ୍ ଢାଳି ଦୋକାନକୁ ପୋଡି ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ତେବେ ଏକା ସାଙ୍ଗରେ ତିନୋଟି ଦୋକାନ ପୋଡିବା  ଘଟଣା ପଛରେ କାହାର ସମ୍ପୃକ୍ତି ରହିଛି ଓ କେଉଁ କାରଣରୁ ଏପରି କାଣ୍ଡ ଘଟିଛି ତାହାର ଛାନଭିନ୍ କରୁଛି ପୋଲିସ ।

ଅନ୍ୟପଟେ ପୋଲିସ ପାଟ୍ରୋଲିଂ କଡାକଡି ହେଉଥିବା ସତ୍ତ୍ୱେ ଏପରି ଏକ ଅଭାବନୀୟ ଘଟଣା କିପରି ଘଟିଲା, ସେ ନେଇ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।