ଫିରିଙ୍ଗିଆ ଥାନା ପୋଡି ଘଟଣା : ଆଇଆଇସିଙ୍କୁ ଫୁଲବାଣୀ ବଦଳି, ଦୁଇ ହୋମଗାର୍ଡ ବରଖାସ୍ତ , ୧୬ ଅଟକ | News Room Odisha

ଫିରିଙ୍ଗିଆ ଥାନା ପୋଡି ଘଟଣା : ଆଇଆଇସିଙ୍କୁ ଫୁଲବାଣୀ ବଦଳି, ଦୁଇ ହୋମଗାର୍ଡ ବରଖାସ୍ତ , ୧୬ ଅଟକ

ଫୁଲବାଣୀ – ଗଞ୍ଜେଇ ଚୋରା ଚାଲାଣକୁ ପ୍ରଶ୍ରୟ ଦେବା ଅଭିଯୋଗ କରି ଲୋକେ ଫିରିଙ୍ଗିଆ ଥାନା ଜାଳିବା ଓ ପୋଲିସକୁ ଆକ୍ରମଣ ଘଟଣା ପରେ ଥାନା ଆଇଆଇସି ତପନ କୁମାର ନାହାକଙ୍କୁ ଫୁଲବାଣୀ ବଦଳି କରାଯାଇଛି। ଫିରିଙ୍ଗିଆ ଥାନାର ଦୁଇ ହୋମଗାର୍ଡଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର ଏହି ସୂଚନା ଦେଇଛନ୍ତି। ଥାନା ପୋଡି ଘଟଣାରେ ୧୬ ଜଣଙ୍କୁ ଅଟକ ରଖାଯାଇଥିବା ଏସପି କହିଛନ୍ତି।

ଗଞ୍ଜେଇ ଚାଲାଣକୁ ପ୍ରୋତ୍ସାହନ କରୁଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିବା ସହ ଆଇଆଇସି ଓ ଦୁଇ ହୋମଗାର୍ଡଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଆସୁଥିଲେ। ଗତକାଲି ସେମାନେ ରାସ୍ତାକୁ ଓହ୍ଲାଇବା ସହ ଫିରିଙ୍ଗିଆ ଥାନାରେ ନିଆଁ ଲଗାଇ ଦେଇଥିଲେ। ଏଥିସହ ଏସଡିପିଓ ଓ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଉତ୍ତ୍ୟକ୍ତ ଲୋକେ ମାଡ଼ ମାରିଥିବା ଅଭିଯୋଗ ହୋଇଛି।