କ୍ରିକେଟ ବିଶ୍ୱକପ ପାଇଁ ଭାରତ ଆସିବ ପାକିସ୍ତାନ ଟିମ, ପାକ୍ ସରକାର ଦେଲେ ଅନୁମତି | News Room Odisha

କ୍ରିକେଟ ବିଶ୍ୱକପ ପାଇଁ ଭାରତ ଆସିବ ପାକିସ୍ତାନ ଟିମ, ପାକ୍ ସରକାର ଦେଲେ ଅନୁମତି

ନୂଆଦିଲ୍ଲୀ – ଭାରତରେ ହେବାକୁ ଥିବା ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ ପାଇଁ ପାକିସ୍ତାନ ଦଳ ଭାରତ ଗସ୍ତରେ ଆସିବ । ଏ ନେଇ ପାକିସ୍ତାନ ସରକାର ସବୁଜ ସଙ୍କେତ ଦେଇଛନ୍ତି । ଏ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଖେଳାଯିବ ବିଶ୍ବକପ୍ । ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ପୂର୍ବରୁ ଅକ୍ଟୋବର ୧୫ରେ ମ୍ୟାଚ୍ ଖେଳାଯିବାର ଥିଲା। କିନ୍ତୁ ନବରାତ୍ରୀକୁ ଦୃଷ୍ଟିରେ ରଖି ଏହାକୁ ପରିବର୍ତ୍ତନ କରାଯାଇଥିଲା। ଏବେ ଏହି ମ୍ୟାଚ୍ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଅକ୍ଟୋବର ୧୪ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ସୁରକ୍ଷା କାରଣ ଦର୍ଶାଇ ପାକିସ୍ତାନ ସରକାର ଏପର୍ଯ୍ୟନ୍ତ ସେ ଦେଶର କ୍ରିକେଟ ଟିମକୁ ଅନୁମତି ଦେଇନଥିଲେ। କିନ୍ତୁ ଆଇସିସି ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଦଳକୁ ଭାରତରେ ବିଶ୍ୱକପ୍ ଖେଳିବାକୁ ଅନୁମତି ଦେଇଛନ୍ତି ପାକ୍ ସରକାର।