ଭଞ୍ଜନଗରରେ ବିଦ୍ୟୁତ୍‌ ମିଟର ରିଡରଙ୍କୁ ହତ୍ଯା | News Room Odisha

ଭଞ୍ଜନଗରରେ ବିଦ୍ୟୁତ୍‌ ମିଟର ରିଡରଙ୍କୁ ହତ୍ଯା

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ତାରସିଂ ଥାନା କୁପାଟି ଗ୍ରାମରେ ଜଣେ ବିଦ୍ୟୁତ୍‌ ମିଟର ରିଡର୍ ଲକ୍ଷ୍ମୀନାରାୟଣ ତ୍ରିପାଠୀ (୫୨ ବର୍ଷ)ଙ୍କୁ ସୋମବାର ପୂର୍ବାହ୍ନ ୧୧ଟା ବେଳେ ହତ୍ୟା କରାଯାଇଛି। ଗାଲେରି ଗ୍ରାମର ବାସିନ୍ଦା ଲକ୍ଷ୍ମୀ ନାରାୟଣ କୁପାଟି ଗ୍ରାମରେ ଘରକୁ ଘର ବୁଲି ମିଟର ରିଡିଂ ନେଉଥିବା ବେଳେ ଅଚାନକ ସେହି ଗ୍ରାମର ଜଣେ ବ୍ୟକ୍ତି ତାଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ ବାରମ୍ବାର ଚୋଟ ପରେ ଚୋଟ ପକାଇଥିଲା। ଘଟଣାସ୍ଥଳରେ ହିଁ ଲକ୍ଷ୍ମୀ ନାରାୟଣଙ୍କ ଜୀବନ ଚାଲି ଯାଇଥିଲା। ସମ୍ପୃକ୍ତ ବ୍ୟକ୍ତି ଏଭଳି କାହିଁକି କରିଥିଲେ ତାହା ଜଣାପଡ଼ି ନାହିଁ। ତାରସିଂ ଥାନା ପୋଲିସ କୁପାଟି ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।