ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି, ପ୍ରଦର୍ଶନୀ ପଡ଼ିଆରେ ଫୁଲ୍ ଡ୍ରେସ ରିହର୍ସଲ | News Room Odisha

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି, ପ୍ରଦର୍ଶନୀ ପଡ଼ିଆରେ ଫୁଲ୍ ଡ୍ରେସ ରିହର୍ସଲ

ଭୁବନେଶ୍ବର – ୭୭ ତମ ସ୍ବାଧିନତା ଦିବସ ପାଳନ ପାଇଁ ସବୁଆଡେ ଜୋରଦାର ପ୍ରସ୍ତୁତି ଚାଲିଛି। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ରାଜଧାନୀ ଭୁବନେଶ୍ଵରରେ ହେବ । ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ  ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ହାତରେ ଆଉ ଗୋଟିଏ ଦିନ ସମୟ ଥିବାରୁ ଆଜି ଫୁଲଡ୍ରେସ୍ ରିହରସାଲ କରାଯାଇଛି।

ଆଜି ପରେଡ୍ ରିହର୍ସଲରେ ପୋଲିସ ଡିଜି ସୁନୀଲ ବଂଶଲ ସାମିଲ ହୋଇଥିଲେ। ପୋଲିସ ଡିଜି କହିଛନ୍ତି ସ୍ୱାଧୀନତା ଦିବସ ପାଇଁ ସାରା ରାଜ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି। ମାଓ ଅଧ୍ୟୁଷିତ ଅଞ୍ଚଳକୁ ଅଧିକ ଗୁରୁତ୍ୱ ଦିଆଯାଇଛି।