ବ୍ଲକସ୍ତରୀୟ ଉଦ୍ୟାନ କୃଷି ତାଲିମ ଶିବିର ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ | News Room Odisha

ବ୍ଲକସ୍ତରୀୟ ଉଦ୍ୟାନ କୃଷି ତାଲିମ ଶିବିର ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ବରଗଡ଼: ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ପିପଲମୁଡାଠାରେ ମତ୍ସ୍ୟ ଗବେଷଣା କେନ୍ଦ୍ର ପରିସରରେ ବ୍ଲକସ୍ତରୀୟ ଉଦ୍ୟାନ କୃଷି ତାଲିମ ଶିବିର ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ୟାନ ଓ କୃଷି କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇଥିବା ସୁକୁମା ଗ୍ରାମ ପଞ୍ଚାୟତ ନିଲିଚୁଆଁ ଗ୍ରାମର ସମଲେଶ୍ଵରୀ ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟାମାନଙ୍କୁ ଜିଲ୍ଲାପାଳ ମନୀଷା ବାନାର୍ଜୀ ପ୍ରୋତ୍ସାହିତ ରାଶିର ଚେକ୍ ପ୍ରଦାନ କରିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ ଓ ସରକାରୀ ଅଫିସର ମାନେ ଉପସ୍ଥିତ ଥିଲେ।