ଲପଡା ଟ୍ରିପଲ ମର୍ଡର ଘଟଣା ଅଭିଯୁକ୍ତଙ୍କୁ ଫାଶୀ, ସହଯୋଗୀକୁ ଆଜୀବନ ଜେଲ | News Room Odisha

ଲପଡା ଟ୍ରିପଲ ମର୍ଡର ଘଟଣା ଅଭିଯୁକ୍ତଙ୍କୁ ଫାଶୀ, ସହଯୋଗୀକୁ ଆଜୀବନ ଜେଲ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଲପଡା ଗ୍ରାମରେ ଘଟିଥିବା ଟ୍ରିପଲ ମର୍ଡର ଘଟଣାର ରାୟ ଆଜି ପ୍ରକାଶ ପାଇଛି। ଏଥିରେ ମୁଖ୍ଯ ଅଭିଯୁକ୍ତକୁ କୁଚିଣ୍ଡା ଏଡିଜେ ଫାଶୀ ଦଣ୍ଡାଦେଶ ଶୁଣାଇଥିବା ବେଳେ ତାର ପୁଅକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି।

ଗତ ୨୧ ଅକ୍ଟୋବର ୨୦୨୦ ତାରିଖରେ ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ଲପଡା ଗ୍ରାମର ଗୋଟିଏ ପରିବାରର ଗିରୀଧାରୀ ସାହୁ, ସ୍ତ୍ରୀ ସାବିତ୍ରୀ ସାହୁ ଓ ଶାଶୁ ପିରୋବତୀ ବେହେରା ତିନି ଜଣଙ୍କୁ ପଡୋଶୀ ନବୀନ ଦେହୁରୀ ଟାଙ୍ଗିଆରେ ହାଣି ହତ୍ୟା କରିଥିବା। ନବୀନର ପୁଅ ହେମାନନ୍ଦ ଦେହୁରୀ ହତ୍ୟାରେ ବାପକୁ ସହଯୋଗ କରିଥିଲା। ଆଜି ଉକ୍ତ ଲୋମହର୍ଷଣକାରୀ ଘଟଣାର ରାୟ ପ୍ରକାଶ ପାଇଛି। କୁଚିଣ୍ଡା ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ଅଭିଯୁକ୍ତ କୁ ମୃତ୍ୟୁଦଣ୍ଡାଦେଶ ସହ ୧ଲକ୍ଷ ଟଙ୍କା ଜରିମାନା ଓ ସହଯୋଗୀ ପୁଅ କୁ ଆଜୀବନ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି।