ସାଳନ୍ଦୀ ନଦୀରୁ ମିଳିଲା ଦୁଇ ନିଖୋଜ କାଉଡ଼ିଆଙ୍କ ମୃତଦେହ | News Room Odisha

ସାଳନ୍ଦୀ ନଦୀରୁ ମିଳିଲା ଦୁଇ ନିଖୋଜ କାଉଡ଼ିଆଙ୍କ ମୃତଦେହ

ବାଲେଶ୍ଵର – ବାଲେଶ୍ଵର ବରଦା ପଞ୍ଚାୟତ ସାଳନ୍ଦୀ ନଦୀରେ ବୁଡ଼ି ଯାଇଥିବା ଦୁଇ କାଉଡ଼ିଆଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । ଗତକାଲି ସକାଳେ ସେମାନେ ପାଣି ଉଠାଇବା ପୂର୍ବରୁ ନଦୀରେ ବୁଡ ପକାଇବା ବେଳେ ବୁଡିଯାଇଥିଲେ । ଅଗ୍ନିଶମ ବାହିନୀର ଏକ ଟିମ୍ ଗତକାଲି ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କୁ ପାଇ ନଥିଲା । ଆଜି ଦୁଇ କାଉଡ଼ିଆଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ଟିମ୍ । ସାଳନ୍ଦୀ ନଦୀରେ ପାଣି ଉଠାଇବା ପାଇଁ ତିନି କାଉଡ଼ିଆ ଏକାଠି ଯାଇଥିଲେ । ଜଣେ ଉଦ୍ଧାର ହୋଇଯାଇଥିଲେ ମଧ୍ୟ ଆଉ ଦୁଇ ଜଣ ନିଖୋଜ ଥିଲେ ।