ଘରେ ପଶି ଦମ୍ପତ୍ତିଙ୍କୁ ନିଶାସକ୍ତ ଦୁର୍ବୃତ୍ତର ଆକ୍ରମଣ | News Room Odisha

ଘରେ ପଶି ଦମ୍ପତ୍ତିଙ୍କୁ ନିଶାସକ୍ତ ଦୁର୍ବୃତ୍ତର ଆକ୍ରମଣ

ଭୁବନେଶ୍ବର – ରାଜଧାନୀର ମଞ୍ଚେଶ୍ୱର ଥାନା ପାଣ୍ଡରା ଛକ ନିକଟ କିମ୍ଭିରିଆ ବସ୍ତିରେ ସ୍ୱାମୀ ଓ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏହି ଦମ୍ପତ୍ତିଙ୍କୁ ଆକ୍ରମଣ ହୋଇଥିବା ଜଣାପଡିଛି। ମଧ୍ୟରାତ୍ରୀରେ ଜଣେ ଦୁର୍ବୃତ୍ତ ବ୍ଲେଡରେ ସ୍ୱାମୀର ତଣ୍ଟି କାଟିବା ସହ ସ୍ତ୍ରୀକୁ ଛୁରା ମାଡ଼ କରିଛି। ଉଭୟଙ୍କୁ ଗୁରୁତର ଆହତ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ୱାମୀ ସତ୍ୟଘନ ସ୍ୱାଇଁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପ୍ରେମରେ ବିଫଳ ହେବାରୁ ନିଶାସକ୍ତ ଅବସ୍ଥାରେ ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି। ମଞ୍ଚେଶ୍ବର ଥାନା ପୋଲିସ ଘଟଣାର ତନାଘନା ଚଳାଇଛି।