ବିଶ୍ବାସ ଓ ପରମ୍ପରାର ପ୍ରତିଷ୍ଠିତ ଆମ ଧର୍ମଧାରା। ଆମ ସଂସ୍କୃତି ଓ ଐତିହ୍ୟକୁ ବଞ୍ଚାଇ ରଖିଛି ଆମ ପ୍ରାଚୀନ୍ନ କୀର୍ତ୍ତି। ସେହିଭଳି ଏକ ପ୍ରାଚୀନ କୀର୍ତ୍ତି ହେଉଛି ପୁରୀଜିଲ୍ଲାର କାକଟପୁରରେ ଅବସ୍ଥିତ ଶକ୍ତିପୀଠ ମା କାକଟେଶ୍ୱରୀ ।
ମା ମଙ୍ଗଳା ଶକ୍ତିପୀଠ ପାଇଁ ପୁରୀଜିଲ୍ଲାର କାକଟ ପୁର ଆଜି ପ୍ରସିଦ୍ଧିଲାଭ କରିଛି। କିନ୍ତୁ ଏହାର ଯଥେଷ୍ଟ ପୂର୍ବରୁ ଏଠାରେ ବିରାଜମାନ କରିଥିଲେ ମା କାକଟେଶ୍ୱରୀ। ମହାପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତି ସହିତ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ରହିଛି ନିବିଡ ସମ୍ପର୍କ । ନବକଳେବର ସମୟରେ ମହାପ୍ରଭୁ ଚତୁର୍ଦ୍ଧା ମୂର୍ତିଙ୍କ ଦାରୁ ଚୟନ ମା ମଙ୍ଗଳା ହିଁ କରିଥାନ୍ତି । ସେଥିପାଇଁ ରାଜ୍ୟରେ ରହିଥିବା ଅନ୍ୟ ଶକ୍ତିପୀଠ ଅପେକ୍ଷା କାକଟପୁରର ମା ମଙ୍ଗଳାଙ୍କ ଶକ୍ତିପୀଠ ସ୍ବତନ୍ତ୍ର ମନ୍ୟତା ଲାଭକରିଛି ।
ଏହି କାକଟପୁରର ମୁଖ୍ୟ ଆରାଧ୍ୟା ଦେବୀ ବାସ୍ତବ ରେ ହେଉଛନ୍ତି ମା କାକଟେଇ ବା କାକଟେଶ୍ଵରୀ । ମା ମଙ୍ଗଳାଙ୍କ ପୂର୍ବରୁ ମା କାକଟେଶ୍ଵରୀ ଏହିପୀଠର ଅଧିଷ୍ଠାତ୍ରୀ ଦେବୀଭାବରେ କାହିଁ କେଉଁ ଆବାହ ମାନ କାଳରୁ ଏଠାରେ ବିରାଜିତ ହୋଇପୂଜାପାଇ ଆସୁଛନ୍ତି | ମା କାକଟେଇଙ୍କ ନାମ ଅନୁସାରେ ଏହି ସ୍ଥାନର ନାମ କାକଟପୁର ଭାବରେ ନାମ କରଣ ହୋଇଛି |
୧୫୦୦ ଖ୍ରୀଷ୍ଟଦ୍ଧରେ ସାରାଭାରତ ବର୍ଷରେ ମୋଗଲ ଶାସନ ଚାଲୁଥିବା ବେଳେ ସେ ସମୟରେ କଳିଙ୍ଗ ରାଜ୍ୟ ବା ଆଜିର ଓଡ଼ିଶାର ରାଜା ପ୍ରତାପରୁଦ୍ର ଦେବଙ୍କ ରାଜୁତି ସମୟରେ ସ୍ବାଧୀନ ଭାବରେ ଶାସିତ ଥିଲା | ଏହି ସମୟରେ ମହାପ୍ରଭୁ ଶ୍ରୀ ଚୈତନ୍ୟ ଦେବ କଳିଙ୍ଗ ଆସିଥିଲେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ | ତାଙ୍କ ସହିତ ଥିଲେ ବଙ୍ଗୀୟ ଭକ୍ତ ଜମିଦାର ପଂଚାନନ ମିତ୍ର । ଜୟଦେବଙ୍କ ରଚିତ ଗୀତଗୋବିନ୍ଦକୁ ଶୁଣି ଅପାୟିତ ହୋଇଥିଲେ ଶ୍ରୀଚୈତନ୍ୟ ମହାପ୍ରଭୁ । ସେହିସମୟରେ ଓଡ଼ିଶା ମହନ୍ତ ରୂପେ ପରିଚିତ ପଞ୍ଚସଖା ମାନଙ୍କୁ ସାଙ୍ଗରେ ଧରି ଆରମ୍ଭ କରିଥିଲେ ଶ୍ରୀ ହରିନାମ ସଂକୀର୍ତନ | ସେହି ହରିନାମ ସଂକୀର୍ତନ ସହିତ ପ୍ରାଚି ଉପତ୍ୟାକାର ବିଭିର୍ନ ମଠ,ମନ୍ଦିରକୁ ପରିକ୍ରମାକରି ଶ୍ରୀଚୈତନ୍ୟ ମହାପ୍ରଭୁ ପହଞ୍ଚିଥିଲା କାକଟପୁରର ଦେଉଳିମଠ ଠାରେ | ଆଉ ସେହିଠାରେ ପୂଜାପାଉଥିବା ମା ମଙ୍ଗଳାଙ୍କୁ ଦର୍ଶନ କରିବା ସହିତ ଅନତି ଦୂରରେ ରହିଥିବା ମା କାକଟେଇଙ୍କୁ ମଧ୍ୟ ଦର୍ଶନଲାଭ କରି ଥିଲେ | ଏହି ପରିକ୍ରମାରେ ଆସିଥିବା ବଙ୍ଗୀୟ ଜମିଦାର ଭକ୍ତ ପଂଚାନନ ମିତ୍ର ସେଠାରେ ଦର୍ଶନ କରିଥିବା ମା ମଙ୍ଗଳାଙ୍କ ପାଇଁ କାକଟେଇଙ୍କ ନିକଟରେ ଏକ ମନ୍ଦିର ନିର୍ମାଣ କରିବାର ସ୍ବପ୍ନ ଦେଖିଥିଲେ । ପରବର୍ତୀ ସମୟରେ ମନ୍ଦିରନିର୍ମାଣ କରି କାକଟେଇଙ୍କ ଠାରୁ ଆଜ୍ଞାମାଳ ନେଇ ମନ୍ଦିର ପ୍ରତିଷ୍ଠା କରିବା ସହିତ ମା ମଙ୍ଗଳାଙ୍କୁ ସେଠାରେ ସ୍ଥାପନ କରିଥିଲେ |
ସେସମୟରେ କାକଟପୁର ଅଞ୍ଚଳ ସମ୍ପୂର୍ଣ କଣ୍ଟକିତ ଜଙ୍ଗଲମୟ ପରିବେଶ ରହି ଥିଲା, ଏହି ଜଙ୍ଗଳ ଅନେକ ହିଂସ୍ରଜନ୍ତୁ ମାନଙ୍କ ଆଶ୍ରୟସ୍ଥଳ ଥିଲା | ଏହି ଜଙ୍ଗଲ ମଧ୍ୟ ଭାଗରେ ଏକ ବୃକ୍ଷ ମୂଳରେ ମା କାକଟେଇ ପୂଜାପାଉଥିଲେ | ଦିନରେ ଗୋଟିଏ ସମୟରେ ପୂଜକ ଜଙ୍ଗଲ ମଧ୍ୟକୁ ଆସି ମା କାକଟେଇଙ୍କୁ ସେବା ପୂଜା କରି ଯାଉଥିବା ବେଳେ ଜଙ୍ଗଲର କୌଣସି ହିଂସ୍ରଜନ୍ତୁ ପୂଜାକଙ୍କରକୌଣସି କ୍ଷତି କରୁନଥିଲେ |ପୂଜକ ପ୍ରାଚୀନଦୀରୁ ଜଳଆଣି ମାଙ୍କୁ ସ୍ନାନ ମାର୍ଜନା କରି ମାଙ୍କ ମୁଖରେ ଘିଅ ଦ୍ବାରା ଗୋଳାଯାଇଥିବା ସିନ୍ଦୁରକୁ ପ୍ରଲେପ ଦେଇ ଫେରିଯାଉଥିଲେ|ଏହି ଘିଅ ସିନ୍ଦୁରର ବାସ୍ନା ପାଇ ଭାଲୁମାନେ ଘିଅ ଖାଇବାପାଇଁ ମା କାକଟେଇଙ୍କ ମୁହଁ କୁ ଚାଟିଦେଉଥିଲେ । ଯାହା ଆଜି ମଧ୍ୟ ମା କାକଟେଇଙ୍କ ମୁହଁରେ ଭାଲୁ ଚାଟିବାର ଚିହ୍ନ ବେଶ ବାରିହୋଇପଡେ |
କାକଟପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ଭାବରେ ମା କାକଟେଇ ପୂଜାପାଇ ଆସୁଛନ୍ତି | ମା ମଙ୍ଗଳାଙ୍କ ଆଗରୁ ଏଠାରେ କାକଟେଇ ଅଧିଷ୍ଠିତ ହୋଇ ଥିବା କଥା ଏବଂ ପରବର୍ତୀ ସମୟରେ ମା ମଙ୍ଗଳାଙ୍କ ପ୍ରାଚୀନଦୀରୁ ଉଦ୍ଧାର ହେବାକଥା, ପ୍ରାଚୀ ଲୀଳାମୃତ , ଚୈତନ ଲୀଳାମୃତ , ରାଧାନାଥ ରାୟଙ୍କ ରଚିତ ପ୍ରାଚୀ ସାହିତ୍ୟ କାବ୍ଯ ଭଳି ଅନେକ ପୁରାଣ ସାହିତ୍ୟରେ ବର୍ଣିତ ହୋଇଛି |