ଜାତୀୟ ଭୂମି ପୁରସ୍କାର ପାଇଥିବା ୧୯ଟି ଜିଲ୍ଲାକୁ ଆଜି ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ  | News Room Odisha

ଜାତୀୟ ଭୂମି ପୁରସ୍କାର ପାଇଥିବା ୧୯ଟି ଜିଲ୍ଲାକୁ ଆଜି ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର – ଜମିଜମା ରେକର୍ଡ କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଓଡିଶା ଦେଶରେ ଶ୍ରେଷ୍ଠ ରାଜ୍ୟ ଭାବେ ସ୍ୱୀକୃତ ହୋଇଛି। ଜାତୀୟ ଭୂମି ସମ୍ମାନ-୨୦୨୩ ପୁରସ୍କାର ପାଇଥିବା ଦେଶର ୬୮ଟି ଜିଲ୍ଲା ମଧ୍ଯରୁ ଓଡିଶାର ୧୯ଟି ଜିଲ୍ଲା ରହିଛି । ଅନୁଗୁଳ, ବୌଦ୍ଧ, ବରଗଡ଼ , ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ ଓ ସମ୍ବଲପୁର ଜିଲ୍ଲାକୁ ମିଳିଛି ଜାତୀୟ ଭୂମି ସମ୍ମାନ। ଆଜି ସଂଧ୍ୟାରେ ଲୋକସେବା ଭବନର କନଭେନସନ୍ ସେଣ୍ଟରରେ ଆୟୋଜିତ ହେବାକୁ ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟର ୧୯ଟି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିବେ।