ମୌସୁମୀ ପ୍ରବାହ ଦୁର୍ବଳ, ରାଜ୍ୟରେ ଆସନ୍ତା ୧୮ ଯାଏଁ ବଡ଼ ବର୍ଷାର ସମ୍ଭାବନା ନାହିଁ | News Room Odisha

ମୌସୁମୀ ପ୍ରବାହ ଦୁର୍ବଳ, ରାଜ୍ୟରେ ଆସନ୍ତା ୧୮ ଯାଏଁ ବଡ଼ ବର୍ଷାର ସମ୍ଭାବନା ନାହିଁ

ଭୁବନେଶ୍ୱର – ରାଜ୍ୟରେ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ବଡ଼ ବର୍ଷାର ସମ୍ଭାବନା ନାହିଁ। ମୌସୁମୀ ଦୁର୍ବଳ କାରଣରୁ ବିଶେଷ ବର୍ଷା ହେବ ନାହିଁ। ତେବେ, ଅଗଷ୍ଟ ୧୮ ତାରିଖ ପରେ ବଙ୍ଗୋପ ସାଗରରେ ପାଣିପାଗ ଜନିତ ସ୍ଥିତି ସୁଦୃଢ଼ ହେବା ଯୋଗୁଁ ବର୍ଷାର ପ୍ରତ୍ୟାବର୍ତ୍ତନ ହୋଇପାରେ। ମାତ୍ର ବର୍ତ୍ତମାନ ନିଅଣ୍ଟିଆ ବର୍ଷା ଜାରିରହିବ ବୋଲି ଆକଳନ କରାଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗୁରୁବାର ମୌସୁମୀ ନିମ୍ନ ଚାପ ରେଖା ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ଅବସ୍ଥାନ କରୁଛି। ଏଥିପାଇଁ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି। ମୌସୁମୀ ଟ୍ରଫ ବର୍ତ୍ତମାନ ପଞ୍ଜାବର ଅମୃତସରରୁ ବାହାରି ଚଣ୍ଡିଗଡ଼, ନଜିବାବାଦ, ଗୋରଖପୁର, ମୁଜାଫରପୁର, ମଧ୍ୟଦେଇ ପଶ୍ଚିମବଙ୍ଗର ମାଲଦାରୁ ପୂର୍ବ ଦିଗରେ ମିଜୋରାମ୍‌ ଯାଏଁ ଲମ୍ୱିଛି। ଦୁର୍ବଳ ମୌସୁମୀ ହେତୁ ବର୍ତ୍ତମାନ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁର ପ୍ରବାହ ରହୁଛି।