ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଛନ୍ତି: ଭୁବନେଶ୍ବର ଡିସିପି  | News Room Odisha

ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଛନ୍ତି: ଭୁବନେଶ୍ବର ଡିସିପି 

ଭୁବନେଶ୍ୱର – ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ଚର୍ଚ୍ଚା ହେଉଥିବା ବେଳେ ସେ ଆତ୍ମହତ୍ୟା କରିଛନ୍ତି ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି। ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ପୋଷ୍ଟମର୍ଟମ ରିପୋର୍ଟ ଓ ତଦନ୍ତରୁ ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ଆତ୍ମହତ୍ୟା ପଛରେ କାହାର ହାତ ଅଛି କି ନାହିଁ ସେନେଇ ତଦନ୍ତ ଚାଲିଛି ବୋଲି ଡିସିପି କହିଛନ୍ତି।

ଶୁଭଲକ୍ଷ୍ମୀଙ୍କ ସିଡିଆର ଯାଞ୍ଚ କରାଯାଇଛି । ସେଥିରୁ କିଛି ସନ୍ଦିଗ୍ଧ ତଥ୍ ମିଳିନି। ସେ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲେ ବି କାରଣ ଅସ୍ପଷ୍ଟ ରହିଛି। ତାଙ୍କ ମାନସିକ ସ୍ଥିତି ଜାଣିବାକୁ ପରିବାର ଓ ପରିଜନଙ୍କୁ ପଚରାଉଚରା କରାଯାଉଥିବା ଡିସିପି କହିଛନ୍ତି।

ଶୁଭଲକ୍ଷ୍ମୀଙ୍କ ଭାଇରାଲ ଭିଡିଓ ସଂପର୍କରେ ପଚରାଯିବାରୁ ଡିସିପି କହିଛନ୍ତି ଯେ, ପୋଲିସ ହାତରେ ତାହା ଲାଗିନାହିଁ। ସେମିତି କିଛି ଭିଡିଓ ଆସିଲେ ତର୍ଜମା କରାଯିବ । ଆତ୍ମହତ୍ୟା ସହ ଭିଡିଓର କିଛି ସଂପର୍କ ଅଛି କି ନାହିଁ, ତାହା ପରଖାଯିବ । ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପଛରେ କାହାର ହାତ ଅଛି କି ନାହିଁ ସେନେଇ ତଦନ୍ତ କରାଯାଉଛି ବୋଲି ଡିସିପି ସୂଚନା ଦେଇଛନ୍ତି। କିଛି ଦିନ ତଳେ ଭୁବନେଶ୍ବରର ଏକ ହୋଟେଲରୁ ଶୁଭଲକ୍ଷ୍ମୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।