ଝାଡ଼ଖଣ୍ଡରେ ନକ୍ସଲଙ୍କ ସହ ଗୁଳି ବିନିମୟରେ ଓଡ଼ିଆ ସିଆରପିଏଫ୍ ଯବାନ ସହିଦ  | News Room Odisha

ଝାଡ଼ଖଣ୍ଡରେ ନକ୍ସଲଙ୍କ ସହ ଗୁଳି ବିନିମୟରେ ଓଡ଼ିଆ ସିଆରପିଏଫ୍ ଯବାନ ସହିଦ 

ଭୁବନେଶ୍ୱର – ଝାଡ଼ଖଣ୍ଡରେ ଆଜି ସକାଳେ ମାଓବାଦୀଙ୍କ ଆକ୍ରମଣରେ ଓଡ଼ିଶାର ଜଣେ ସିଆରପିଏଫ ଯବାନ ସହିଦ ହୋଇଛନ୍ତି। ସେ ହେଉଛନ୍ତି ସୁଶାନ୍ତ କୁମାର ଖୁଣ୍ଟିଆ । ସହିଦ ସୁଶାନ୍ତଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପରିଷଦ ୪ ନମ୍ଵର ୱାର୍ଡ ଖୁଣ୍ଟିଆ ସାହି । ଆଜି ସକାଳେ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ଗୋଇଲକେରା ପୋଲିସ ଷ୍ଟେସନ ଅନ୍ତର୍ଗତ ହାତିବୁରୁ ଜଙ୍ଗଲରେ ସିଆରପିଏଫ ୬୦ ବାଟାଲିୟନର ଯବାନମାନେ ସର୍ଚ୍ଚ ଅପରେସନ କରୁଥିବାବେଳେ ନକ୍ସଲମାନଙ୍କ ସହ ଗୁଳି ବିନିମୟ ହୋଇଥିଲା | ଗୁଳି ବିନିମୟରେ ସିଆରପିଏଫର ଦୁଇ ଜଣ ଯବାନ, ସୁଶାନ୍ତ କୁମାର ଖୁଣ୍ଟିଆ ଓ ମୁନ୍ନା ଯାଦବ ଗୁରୁତର ହୋଇପଡ଼ିଥିଲେ | ଉଭୟଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ହେଲିକପ୍ଟର ଯୋଗେ ରାଞ୍ଚି ପଠାଯାଇଥିଲା | ତେବେ ସୁଶାନ୍ତଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର କହିଥିଲେ । ସୁଶାନ୍ତ ଦୁଇ ମାସ ତଳେ ବିବାହ କରିଥିଲେ।

ସୁଶାନ୍ତଙ୍କ ବଡଭାଇ ମଧ୍ୟ ସିଆରପିଏଫରେ ଥିଲେ ଓ ୨ ବର୍ଷ ତଳେ ସେ ବି ସହିଦ ହୋଇଥିଲେ |କିଛିଦିନ ତଳେ ସୁଶାନ୍ତଙ୍କ ବାପାଙ୍କ ପରଲୋକ ହୋଇଥିଲା ।