ତଦନ୍ତରେ ଉତ୍କର୍ଷତା ପାଇଁ ଓଡିଶାର ଚାରି ପୋଲିସ କର୍ମଚାରୀ ପାଇବେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପଦକ | News Room Odisha

ତଦନ୍ତରେ ଉତ୍କର୍ଷତା ପାଇଁ ଓଡିଶାର ଚାରି ପୋଲିସ କର୍ମଚାରୀ ପାଇବେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପଦକ

ନୂଆଦିଲ୍ଲୀ – ୨୦୨୩ରେ ତଦନ୍ତରେ ଉତ୍କର୍ଷତା ପାଇଁ ଦେଶବ୍ୟାପୀ ୧୪୦ ଜଣ ପୋଲିସ କର୍ମଚାରୀ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଓଡ଼ିଶାର ୪ ଜଣ ପୋଲିସ କର୍ମଚାରୀ ରହିଛନ୍ତି। ଓଡ଼ିଶାରୁ ୨ ଜଣ ଡିଏସପି ଓ ୨ ଜଣ ଇନ୍ସପେକ୍ଟର ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପଦକ ପାଇବେ । ଡିଏସପି ପ୍ରଭାତ କୁମାର ବିଶ୍ୱାଳ, ଡିଏସପି ମାନସ ରଞ୍ଜନ ପ୍ରଧାନ, ଇନ୍ସପେକ୍ଟର ପ୍ରଶାନ୍ତ କୁମାର ସାହୁ ଓ ଇନ୍ସପେକ୍ଟର ଦୁର୍ଗେଶ ନନ୍ଦିନୀ ମହାନ୍ତି ପଦକ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।