ଜିଲ୍ଲା ପରିଷଦ ଜୋନ ସ୍ତରୀୟ ବୈଠକ | News Room Odisha

ଜିଲ୍ଲା ପରିଷଦ ଜୋନ ସ୍ତରୀୟ ବୈଠକ

ବରଗଡ଼: ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢି ଚାଲିଛି । ରାଜନୈତିକ ଦଳମାନେ ନିଜ ରଣକୌଶଳରେ ଲୋକଙ୍କ ଠାରୁ କିଭଳି ଅଧିକ ଭୋଟ ପାଇବେ ସେଥିପ୍ରତି ବିଶେଷ ଧ୍ୟାନ ଦେଇଛନ୍ତି । ବିଜୁ ଜନତା ଦଳ ଗତ ଉପନିର୍ବାଚନରେ ଚାଲିଶ ହଜାରରୁ ଅଧିକ ଭୋଟ ପାଇ ବିଜୟ ଲାଭ କରିଥିଲା । ହେଲେ ସାଧାରଣ ନିର୍ବାଚନରେ କିଭଳି ଉପନିର୍ବାଚନ ଠାରୁ ଅଧିକ ଭୋଟ ବ୍ୟବଧାନରେ ବିଜୟ ହେବ ସେଥିପାଇଁ ନିଜର ରଣ କୌଶଳ ଆରମ୍ଭ କରି ଦେଇଛି । ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ସଂଗଠନକୁ ଆହୁରି ମଜଜୁତ କରିବା ପାଇଁ ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଘରେ ଘରେ ଶଙ୍ଖ ଘରେ ଘରେ ବର୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ବିଜେଡି କର୍ମିମାନେ ଘରକୁ ଘର ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖି କାର୍ଯ୍ୟକ୍ରମ ବିଷୟରେ ଲୋକଙ୍କୁ ସଚେତନ କରାଇବେ ଏହାସହ ପ୍ରତ୍ୟେକ ବୁଥ ସ୍ତରରୁ ଆରମ୍ଭ କରି ପଂଚାୟତରେ ସ୍ତର ପର୍ଯ୍ୟନ୍ତ ସଚେତନତା ସମାବେଶ ଅନୁଷ୍ଠିତ ହେବ ।

ଦିପ୍ତିପୁର ଠାରେ ଜିଲ୍ଲାପରିଷଦ ଜୋନ ସ୍ତରୀୟ ସାଂଗଠାନିକ ବୈଠକରେ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସମ୍ପାଦକ ରାଜୁ ଘିବେଲା ଶୁଭାରମ୍ଭ କରଛନ୍ତି । ଏହି କାର୍ଯ୍ୟକ୍ରମ ଅଗଷ୍ଠ ୧୫ ତାରିଖରୁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀ ଘିବେଲା ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୁବନେତା ଭୋଜରାଜ ସିଂ ବରିହା, ଜିଲ୍ଲପରିଷଦ ସଭ୍ୟା ପୂର୍ଣ୍ଣିମା ରଣା,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଚମ୍ପକେଶ୍ୱର ପୁରୋହିତ ଉପସ୍ଥିତ ଥିଲେ ।