ଏସିଆନ ଚାମ୍ପିୟନସ ଟ୍ରଫି ବିଜୟୀ ଭାରତୀୟ ହକି ଦଳକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ | News Room Odisha

ଏସିଆନ ଚାମ୍ପିୟନସ ଟ୍ରଫି ବିଜୟୀ ଭାରତୀୟ ହକି ଦଳକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର – ମାଲେସିଆକୁ ଫାଇନାଲରେ ୪-୩ ଗୋଲରେ ହରାଇ ଚତୁର୍ଥ ଥର ଏସିଆନ ଚାମ୍ପିୟନସ ଟ୍ରଫି ହାସଲ କରିଥିବା ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଗକୁ ମଧ୍ୟ ଭାରତୀୟ ହକି ଦଳ ଶ୍ରେଷ୍ଠ ପ୍ରଦର୍ଶନ କରି ଦେଶପାଇଁ ଅଧିକ ଗୌରବ ଆଣିବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଭବିଷ୍ୟତ ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।