ଆଦାନୀ ଗ୍ରୁପକୁ ପୁଣି ଝଟକା, ଇସ୍ତଫା ଦେଲା ଅଡିଟର ଡେଲଏଟ୍ | News Room Odisha

ଆଦାନୀ ଗ୍ରୁପକୁ ପୁଣି ଝଟକା, ଇସ୍ତଫା ଦେଲା ଅଡିଟର ଡେଲଏଟ୍

ନୂଆଦିଲ୍ଲୀ: ହିଣ୍ଡେନ୍‌ବର୍ଗ ରିପୋର୍ଟ ପରେ ସନ୍ଦେହ ଘେରରେ ଥିବା ଶିଳ୍ପପତି ଗୌତମ ଆଦାନୀଙ୍କୁ ପୁଣି ଏକ ଝଟକା ଲାଗିଛି । ତାଙ୍କର ଏକ ପ୍ରମୁଖ ସଂସ୍ଥା ଆଦାନୀ ପୋର୍ଟସ୍‌ର ଅଡିଟର ଭାବେ ଡେଲଏଟ୍ ଇସ୍ତଫା ଦେଇଛି । ଡେଲଏଟ୍ ସ୍ଥାନରେ ଏମ୍ଏସକେଏ ଆସୋସିଏଟସକୁ କମ୍ପାନୀର ନୂଆ ଅଡିଟର୍ ଭାବେ ନିଯୁକ୍ତ କରାଯାଇଛି ।

ଆଦାନୀ ପୋର୍ଟସ୍ ଆଣ୍ଡ୍ ଏସ୍‌ଇଜେଡ୍‌ର ଆକାଉଣ୍ଟିଂ ମାନକୁ ନେଇ ଗତ ମେ’ରେ ଡେଲଏଟ୍ ଚିନ୍ତା ପ୍ରକଟ କରିଥିଲା।
ଆଦାନି ପୋର୍ଟସ୍ ଓ ଆଉ ତିନିଟି ସଂସ୍ଥା ଭିତରେ ହୋଇଥିବା କାରବାର ଉପରେ ଏହା ସନ୍ଦେହ ପ୍ରକଟ କରିଥିଲା । ଡେଲଏଟ୍ ୨୦୧୮ରେ ଆଦାନୀ ପୋର୍ଟସ୍‌ର ଅଡିଟର ରହିଥିଲା ‌ । ଡେଲଏଟ୍ ଇସ୍ତଫା ଦେବା ପରେ ଆଦାନୀ ଗ୍ରୁପର ଆକାଉଣ୍ଟିଂ କାରବାର ନେଇ ପୁଣି ପ୍ରଶ୍ନ ଉଠିଛି ।