ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ | News Room Odisha

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ବାଣପୁର – ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀ ଆତଙ୍କ। ଖୋର୍ଦ୍ଧା ଜିଲ୍ଲା ବାଣପୁର ବାଲୁଗାଁ ରେଞ୍ଜ ପୁଞ୍ଜିଆମା ଗାଁରେ ହାତୀ ଆକ୍ରମଣ । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଆଜି ସକାଳେ ପୁଞ୍ଜିଆମା ଗାଁର ରଞ୍ଜନା ପ୍ରଧାନ ଶୌଚ ପାଇଁ ଯାଇଥିଲା ବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ସେପଟେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜ ସାନବଗୁଆ ଓ କେନାଭଟା ଗାଁରେ ହାତୀଙ୍କ ଉପସ୍ଥିତି ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ୨ଟି ହାତୀ ଗାଁ ଦାଣ୍ଡରେ ବୁଲିବାରୁ ଲୋକେ ଭୟଭୀତ ହୋଇପଡିଛନ୍ତି । ହାତୀ ଘଉଡ଼ାଇବାକୁ ବନ କର୍ମଚାରୀ ଆସୁ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।