ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ନୀଳାଞ୍ଚଳଙ୍କ ଶେଷକୃତ୍ୟ ସଂପନ୍ନ | News Room Odisha

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ନୀଳାଞ୍ଚଳଙ୍କ ଶେଷକୃତ୍ୟ ସଂପନ୍ନ

ବରଗଡ଼ – ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମଣିପୁରରେ ସହିଦ ହୋଇଥିବା ଆସାମ ରାଇଫଲ୍ସ ଯବାନ ନୀଳାଞ୍ଚଳ ପଟେଲଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ତାଙ୍କ ପୈତୃକ ଗାଁରେ ସହିଦଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗାର୍ଡ ଅଫ ଅନର ଦିଆଯାଇ ନୀଳାଞ୍ଚଳଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ନିଜ ମାଟିର ପୁଅକୁ ଭାବବିହ୍ୱଳ ବିଦାୟ ଦେଇଛନ୍ତି ଗାଁ ଲୋକେ । ପୂର୍ବରୁ ନୀଳାଞ୍ଚଳଙ୍କ ପାର୍ଥିବ ଶରୀର ତାଙ୍କ ଜନ୍ମମାଟି ବରଗଡ ଜିଲ୍ଲା ବାଘପାଲି ଗାଁରେ ଆଜି ପହଞ୍ଚିଥିଲା । ନୀଳାଞ୍ଚଳଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ ସ୍ଥାନୀୟ ସ୍ଥାନୀୟ ଲୋକେ । ପ୍ରଥମେ ମରଶରୀର ବରଗଡ଼ରେ ପହଞ୍ଚିଲା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।

ଗତ ଶୁକ୍ରବାର ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଗାଡି ଦୁର୍ଘଟଣା ଯୋଗୁଁ ଆସାମ ରାଇଫଲ୍ସର ଯବାନ ଭାବେ କାର୍ଯ୍ୟ ରତ ନୀଳାଞ୍ଚଳଙ୍କ ମୃତ୍ୟୁ ହୋଇଥିଲା । ବରଗଡ଼ ଜିଲ୍ଲା ସୁନାଲରମ୍ଭା ଗାଁର ଆଦି ପଟେଲ ଓ ଗୁରୁବାରୀ ପଟେଲଙ୍କ ପୁଅ ନୀଳାଞ୍ଚଳ । ସେ ୨୦୦୪ ମସିହାରେ ଆସାମ ରାଇଫଲ୍ସରେ ଯୋଗ ଦେଇଥିଲେ । ୪ ବର୍ଷ ହେଲା ସେ ସ୍ତ୍ରୀ ଓ ଦୁଇ ଝିଅଙ୍କ ସହ ମଣିପୁରରେ ରହୁଥିଲେ । ତାଙ୍କ ବାପାଙ୍କ କିଛି ବର୍ଷ ଆଗରୁ ଦେହାନ୍ତ ହୋଇଥିଲା। ବିଧବା ମା’ ଗୁରୁବାରୀ, ବଡ଼ଭାଇ ନୀଳାମ୍ବର ଏବଂ ଭାଉଜ ମଞ୍ଜୁଲତା ଗାଁରେ ରହୁଛନ୍ତି ।