ଓଡ଼ିଶାର ୧୭ ପୋଲିସ ଅଧିକାରୀଙ୍କୁ ମିଳିବ ପୋଲିସ ପଦକ | News Room Odisha

ଓଡ଼ିଶାର ୧୭ ପୋଲିସ ଅଧିକାରୀଙ୍କୁ ମିଳିବ ପୋଲିସ ପଦକ

ନୂଆଦିଲ୍ଲୀ – ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଘୋଷିତ ହୋଇଛି ପୋଲିସ ମେଡାଲ । ଏଥର ଓଡ଼ିଶାରୁ ମୋଟ ୧୭ ପୋଲିସ ଅଧିକାରୀ ପଦକ ପାଇବେ ।

ସାହସିକତା ପାଇଁ ୪ ଜଣ ପୋଲିସ କର୍ମଚାରୀ ପଦକ ପାଇବେ ।
ବିଶିଷ୍ଟ ସେବା ପାଇଁ ୨ ଓ ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ପଦକ ମିଳିବ । ସୁବେଦାର ପ୍ରହଲ୍ଲାଦ ହିମିରିକା, ଏସ୍‌ଆଇ ସନ୍ତୋଷ ଗୁରୁ କମାଣ୍ଡୋ ସୁନୀଲ ବରିହା ଓ କନଷ୍ଟେବଲ ସୁଜିତ ରଣାଙ୍କୁ ସାହସିକତା ପଦକ ମିଳିବ ।

ବିଶିଷ୍ଟ ସେବା ପାଇଁ ଏଡିଜି ସଂଜୟ କୁମାର ଓ ଅତିରିକ୍ତ ଏସପି ରବୀନ୍ଦ୍ରନାଥ ଶତପଥୀଙ୍କୁ ମିଳିବ ପଦକ। ଉଲ୍ଲେଖନୀୟ ସେବା ପାଇଁ ଓଡିଶାର ୧୧ ଜଣଙ୍କୁ ଦିଆଯିବ ପୋଲିସ ପଦକ। ସେମାନେ ହେଲେ ଆଇଜି ଡକ୍ଟର ଦୀପକ କୁମାର, ଅତିରିକ୍ତ ଏସପି ଅନନ୍ତ ଚରଣ ପତି, ଅତିରିକ୍ତ ଏସପି ବେଣୁଧର ନାୟକ, ଡିଏସପି ରାଜୀବ ଲୋଚନ ପଣ୍ଡା, ଡିଏସପି ,ଭିଜିଲାନ୍ସ ଅମିତା ତ୍ରିପାଠୀ, ହାବିଲଦାର କୃଷ୍ଣଚନ୍ଦ୍ର ମହାନ୍ତ, କନଷ୍ଟେବଳ ପିଟର ତିର୍କି, ଏଏସଆଇ ଗୁପ୍ତ ପ୍ରସାଦ ମହାନ୍ତି, ଏସଆଇ ଦିଲ୍ଲୀପ କୁମାର ନାଏକ, କନଷ୍ଟେବଳ ସୁଶାନ୍ତ କୁମାର ମାଝୀ ଓ ଇନ୍ସପେକ୍ଟର ଉମାକାନ୍ତ ପ୍ରଧାନ ।

ଦେଶରେ ମୋଟ ୯୫୪ଜଣଙ୍କୁ ପୋଲିସ ପଦକ ପ୍ରଦାନ କରାଯିବ। ସାହସିକତା ପାଇଁ ଏଥର ଜଣେ ପୋଲିସ ଅଧିକାରୀ ରାଷ୍ଟ୍ରପତିଙ୍କ ପୋଲିସ ପଦକ ପାଇବେ ।